STORYMIRROR

Kalandi pal

Inspirational

3  

Kalandi pal

Inspirational

ପ୍ରଭୁଙ୍କ ନାମ ଗୁଣ ମହିମା

ପ୍ରଭୁଙ୍କ ନାମ ଗୁଣ ମହିମା

1 min
192

ପ୍ରଭୁ ନାମ ପ୍ରଭୁ ଗୁଣ ପ୍ରଭୁଙ୍କ ମହିମା

ଯେତେ ବୁଝିଲେ ବୁଝିବା ହୁଅଇ ଉଣା

ଆରାଧନା ପୂଜାର୍ଚ୍ଚନା ପ୍ରଭୁଙ୍କ ବନ୍ଦନା

ବିନା ଭକ୍ତି ଭରେ କଲେ ମିଳେନି କରୁଣା l0l


ଭାବରେ ହଜିଲେ ତାର ଭାବେ ବନ୍ଧା ହେଲେ

ନିଜ ଆତ୍ମା ଠାରେ ପରମାତ୍ମାଙ୍କୁ ଦେଖିଲେ

ପ୍ରାଣ ସମର୍ପଣ ହୋଇଯାଏ ପାଦେ ସିନା

ଦୁନିଆଁ ବନ୍ଧନ ଆଉ ବାନ୍ଧି ତ ପାରେନା l1l


ତା ପ୍ରେମେ ପାଗଳ ହୋଇ ତାର ଛବି ଦେଖେ

ସୁଖେ ଖୁସି ଥାଏ ସଦା ଖୁସି ଥାଏ ଦୁଃଖେ

ସହିବାର ଶକ୍ତି ମିଳେ ସାହିଯାଏ ଯାତନା

ସୁଧା ପ୍ରେମ ସ୍ରୋତେ ଭାସି ପୂର୍ଣ୍ଣ ହୁଏ କାମନା l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational