ପ୍ରଭୁଙ୍କ ନାମ ଗୁଣ ମହିମା
ପ୍ରଭୁଙ୍କ ନାମ ଗୁଣ ମହିମା
ପ୍ରଭୁ ନାମ ପ୍ରଭୁ ଗୁଣ ପ୍ରଭୁଙ୍କ ମହିମା
ଯେତେ ବୁଝିଲେ ବୁଝିବା ହୁଅଇ ଉଣା
ଆରାଧନା ପୂଜାର୍ଚ୍ଚନା ପ୍ରଭୁଙ୍କ ବନ୍ଦନା
ବିନା ଭକ୍ତି ଭରେ କଲେ ମିଳେନି କରୁଣା l0l
ଭାବରେ ହଜିଲେ ତାର ଭାବେ ବନ୍ଧା ହେଲେ
ନିଜ ଆତ୍ମା ଠାରେ ପରମାତ୍ମାଙ୍କୁ ଦେଖିଲେ
ପ୍ରାଣ ସମର୍ପଣ ହୋଇଯାଏ ପାଦେ ସିନା
ଦୁନିଆଁ ବନ୍ଧନ ଆଉ ବାନ୍ଧି ତ ପାରେନା l1l
ତା ପ୍ରେମେ ପାଗଳ ହୋଇ ତାର ଛବି ଦେଖେ
ସୁଖେ ଖୁସି ଥାଏ ସଦା ଖୁସି ଥାଏ ଦୁଃଖେ
ସହିବାର ଶକ୍ତି ମିଳେ ସାହିଯାଏ ଯାତନା
ସୁଧା ପ୍ରେମ ସ୍ରୋତେ ଭାସି ପୂର୍ଣ୍ଣ ହୁଏ କାମନା l2l
