ପ୍ରଭୁ
ପ୍ରଭୁ
ଜଗତରେ ସବୁଠୁ ବଳବାନ ଅଟେ ଏହି ମନ
ଦାୟୀ ଏଥିପାଇଁ ମନୁଷ୍ୟର କର୍ତ୍ତାପଣ ।
ପ୍ରଭୁ ଯେତେ ଚେଷ୍ଟାକଲେ ମନକୁ ନକରିପାରେ ବଶ
ଗଡି ଗଡି ଚାଲେ ସମୟର ଚକ ବଢେ ମଧ୍ୟ ବୟସ ।
ଏହି ମନ ପାଇଁ କୁରୁକ୍ଷେତ୍ରେ ଶିକ୍ଷା ଦେଲେ କେଶବ
ଯେତେବେଳେ ତୃତୀୟ ପାଣ୍ଡଵ ନଧରିଲେ ଗାଣ୍ଡୀବ ।
ଅଭ୍ୟାସ ବୈରାଗ୍ୟ କରିବାକୁ ଦେଲେ ଉପଦେଶ
ସମଗ୍ର ମାନବ ସମାଜକୁ ଏହା ଥିଲା ଧନ୍ୟ ଉପଦେଶ ।
ମୁ ବି ଚେଷ୍ଟିତ କରିବାକୁ ବଶ ଏହି ଚଂଚଳ ମନ
ଚେଷ୍ଟା କରୁଛି କରୁଥିବି ଜାଣନ୍ତି ଚକାନୟନ ।
ଦିଅ ହେ ଆଶିଷ ଆହେ ଜଗନ୍ନାଥ ସ୍ଥିର ମନ ଆମ ହେଉ
ଧୀରେ ଧୀରେ କରି ମନରୁ ଆମର ବିଚଳିତ ପଣ ଯାଉ ।
