ପ୍ରଭୁ ତୁମ ସୃଷ୍ଟି
ପ୍ରଭୁ ତୁମ ସୃଷ୍ଟି
ପ୍ରଭୁ ତୁମେ ସବୁଠି
ଦେଖେ ମୁଁ ଯେଉଁଠି
ରୂପ ଯେ ଅନେକ
ହେଲେ ତୁମେ ଏକ
ମାୟା ଜାଲେ ଘେରା
ଏ ସାରା ସଂସାର
ଏକ ତୁମେ ସତ୍ୟ
ନାହିଁ ଯେ ସନ୍ଦେହ
କେତେ ପ୍ରେମେ ଗଢ଼ିଛ
ପ୍ରଭୁ ଏ ଜଗତ
ଭୁଲ୍ କଲେ ଦଣ୍ଡ
ଠିକ୍ କଲେ ସାହସ
ତୁମେ ହିଁ ଦିଅ
ନ ରଖି ଭାବ
ଅମୃତରେ ଭରା
ଏଠାର ଜଳ ଧାରା
ସଂଜୀବନୀ ସବୁ ବୃକ୍ଷ
>
ଏ ମାଟିର ହୀରା
ନିର୍ମଳ ଏ ଆକାଶ
ଦେଖାଏ ଉଚ୍ଚ ପାହାଚ
ସବୁଜ ଶ୍ୟାମଳ ପାହାଡ
ବନ୍ୟ ପ୍ରାଣୀଙ୍କ ସଂସାର
ଦିଶେ ଆଖିକୁ ସୁନ୍ଦର
ଦେଖାଏ ଜଡ଼ିବୁଟିର ଚମତ୍କାର
ଏ ମାଟିର ମହକ
ସବୁ ସୁଗନ୍ଧର ଜନକ
ଏଠାର ନିମ୍ବ ମହୁ
ସବୁ ଯେ ସମାନ
ଟିକି ଧରା ଭିତରେ
ଲୁଚିଛି ସୃଷ୍ଟିର ରହସ୍ୟ
ସବୁ ତୁମ କରାମତି
ଜାଣିଛି ଏ ଜଗତ
ଜାଣିଛି ଏ ଜଗତ
***