STORYMIRROR

Kabiratna Nutan Kumar Behera

Abstract Action Inspirational

4  

Kabiratna Nutan Kumar Behera

Abstract Action Inspirational

ପ୍ରଭୁ ଜାଣେନା ମୁଁ ପୂଜା ଅର୍ଚ୍ଚନା

ପ୍ରଭୁ ଜାଣେନା ମୁଁ ପୂଜା ଅର୍ଚ୍ଚନା

1 min
3


ପ୍ରଭୁ ଜାଣେନା ମୁଁ ଜାଣେନା 

      କରିବାକୁ ତୁମ ପୂଜା ଅର୍ଚ୍ଚନା

ଜାଣେନା ମୁଁ ଜାଣେନା

        କରେ ତୁମ ପାଦ ବନ୍ଦନା 

ଏଇ ମୋ ଭକତି ସାଧନା

       ଜାଣେନା ମୁଁ ଜାଣେନା ।


ତୁମେ ହିଁ ତ ଦିବ୍ୟ ଚେତନା

      ବାର ବ୍ରତ ଓଷାର ଉପାସନା

କରେ ମୁଁ ଆରାଧନା

        ହୃଦୁଁ ଦୂର ହେଉ କାମନା

ନ ରହୁ ମୋ ମନେ ବାସନା

        କର ମୋତେ କରୁଣା ।


ଭୋଗୁଛି ମୁଁ ଦୁଃଖ ଯନ୍ତ୍ରଣା

    ସହି ସଂସାରର ନାନା ତାଡ଼ନା

ପାଏ ଖାଲି ଲାଞ୍ଛନା‌

        ସୁଖ ଶାନ୍ତି ହୁଅଇ ଊଣା

ଘୁଞ୍ଚି ଯାଉଛି ସମ୍ଭାବନା

         ତୁମ ଆଶିଷ ବିନା ।


କରେ ମୁଁ ଯା' ପରିକଳ୍ପନା

  ମୋ ଭାଗ୍ୟର ହେଉଛି ବିଡ଼ମ୍ଵନା

ହୁଏ ନାହିଁ ଭରଣା

      ମିନତି ମୋର କର ଘେନା

ମନରେ ନ ଆସୁ ଛଳନା

        ସତ୍ୟେ ରହୁ ଧାରଣା ।


କରୁଛି ତୁମକୁ ପ୍ରାର୍ଥନା

   ଜୀବନେ ନ ହୁଏଁ ମୁଁ ବାଟବଣା

ପ୍ରାଣେ ଦିଅ ପ୍ରେରଣା

     ଖୋଜି ପାଇ ଲକ୍ଷ୍ୟ ଠିକଣା

ହସି ଉଠୁ ଘର ଅଗଣା

        କରେ ଶୁଭଭାବନା ।


  



Rate this content
Log in

Similar oriya poem from Abstract