STORYMIRROR

Ajit Kumar Raut

Action Inspirational

3  

Ajit Kumar Raut

Action Inspirational

ପ୍ରଭୁ ହିଁ ମୂଳ

ପ୍ରଭୁ ହିଁ ମୂଳ

1 min
249


ବନ୍ଦଇ ପ୍ରଭୁ ଜଗନ୍ନାଥ


ଭକ୍ତଙ୍କ ପ୍ରାଣର ହେ ନାଥ,


ସମଗ୍ର ବ୍ରହ୍ମାଣ୍ଡ କାରେଣୀ


ଭକ୍ତଙ୍କ ପ୍ରିୟ ଗୁଣମଣି।୧।


ଲକ୍ଷ୍ମୀ ଦେବୀଙ୍କ ପ୍ରାଣନାଥ


ଭୂଷିତ ଶଙ୍ଖ ଚକ୍ର ହସ୍ତ,


ସମସ୍ତ ଜୀବଙ୍କର ନାଥ


ଦୟା କରହେ ଜଗନ୍ନାଥ।୨।


ସବୁ ଅର୍ପଣ ତତେ ପ୍ରଭୁ


ତୋବିନୁ ଗତି ନାହିଁ ପ୍ରଭୁ,


ଜୀବନ ଆଶା ନାହିଁ ପ୍ରଭୁ


ଚରଣେ ଭକ୍ତି ରହୁ ପ୍ରଭୁ।୩।


ମନୁଷ୍ୟ ପ୍ରାଣ ସ୍ବପ୍ନ ପରି


ନିଶ୍ଚିତ ନାହିଁ ଛାୟା ପରି,


କାଲି କି ହେବ ସ୍ବପ୍ନ ପରି


ଦୟାକରହେ ଦୋଇତାରୀ।୪।


ତୁମେ ତୋ ପ୍ରଭୁ ନିରାକାର


ମୋ ପ୍ରଭୁ ଅଟେ ବଳିୟାର


ସବୁତ ଭିଆଣ ତାଙ୍କର


ଭକ୍ତଙ୍କ ଦୟାର ସାଗର।୫।


ବନ୍ଦଇ ପ୍ରଭୁ ଜଗନ୍ନାଥ


ଭକ୍ତଙ୍କ ପ୍ରାଣର ହେ ନାଥ,


ସମସ୍ତ ବ୍ରହ୍ମାଣ୍ଡ କାରେଣୀ


ଭକ୍ତଙ୍କ ପ୍ରିୟ ଗୁଣମଣି।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action