ପ୍ରଭାତ ସଂଗୀତ
ପ୍ରଭାତ ସଂଗୀତ
ପ୍ରଭାତ ସଂଗୀତ
==========
ପାହିଲା ଶର୍ବରୀ ଉଠ ନରନାରୀ
ରାବନ୍ତି କାକ କୋକିଳ l
ଉଦୟାଚଳରେ ଭାନୁଙ୍କ ଆଗମେ
ଚନ୍ଦ୍ର ଗଲେ ଅସ୍ତାଚଳ ll
ପ୍ରାଚୀ ଗଗନରେ ଦପ ଦପ ଜଳେ
ସୁନ୍ଦର ପ୍ରଭାତୀ ତାରା l
ମଳୟ ମରନ୍ଦ, ବହେ ମନ୍ଦ ମନ୍ଦ
ଆନନ୍ଦ ଅଧିରା ଧରା ll
ଚକୋର ଦମ୍ପତ୍ତି ଆନନ୍ଦିତ ଅତି
ଚାହିଁ ପଦ୍ମିନୀ ରମଣ l
ଟଗର, ତରାଟ, ମଲ୍ଲି, ପ୍ରସ୍ଫୁଟିତ
ସରସୀରେ ଅବ୍ଜ ଗଣ ll
ମାମୁଁଘର ଗୋଠେ ଗାଈଥିଲେ କାହିଁ
ରାତିପାହି ଗୋଟେ ନାହିଁ l
କାଳିଆ ବଳିଆ କିବା ଘେନିଗଲେ
ବୃନ୍ଦାବନକୁ ଚରେଇ ll
ମାଆ ସରସ୍ୱତୀ ଗାଆନ୍ତି ପ୍ରଭାତୀ
ଉଠରେ ବାଳକେ ଉଠ l
ମାଆଙ୍କ ଚରଣ କରି ସୁମରଣ
ଆରମ୍ଭ କରରେ ପାଠ ll
ନୀଳାଚଳ ପତି ତେଜିଣ ସୂପାତି
ବିଜେ ରତନବେଦୀରେ l
ମଣିମା ମଣିମା ଗୁହାରୀ ଶୁଣିମା
ଜୟ ଜଗଦୀଶ ହରେ ll
ନିଶି ନାଶ ଗଲା ଦିବା ପ୍ରକାଶିଲା
ଉଦେ ପ୍ରଭୁ ଦିବାକର l
ସୃଷ୍ଟିର କାରଣ ହେ ଦେବ ତପନ
ଘେନ ମୋର ନମସ୍କାର ll
🙏🙏🙏
ଅର୍ଜୁନୀ
---------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
