STORYMIRROR

Samar Ballav Bhoi

Abstract Tragedy Inspirational

4  

Samar Ballav Bhoi

Abstract Tragedy Inspirational

ପ୍ରବାସୀର ଯାତନା

ପ୍ରବାସୀର ଯାତନା

1 min
195


ଦର ପାଠପଢା ଜୀବନ ଆମର

ବିଳାସ ବ୍ୟସନ ଆମଠାରୁ ଦୁର 

ଛାଡ଼ି ଯାଇଥିଲୁ ନିଜ ଭିଟାମାଟି 

ଜୀବନ ଜୀବିକା ଭରଷା ପାଇଟି

କଷ୍ଟରେ ଅର୍ଜନ କରୁଥିଲେ ଧନ

ବଂଚିବା ପାଇଁ କି କୁଟୁମ୍ବ ଜୀବନ ।।


ଅଦୃଶ୍ୟ ଭୁତାଣୁ ସଂକ୍ରମଣ ପାଇଁ

ଦେଶ ବିଦେଶେ ପଡ଼ିଲା ହୁଡି

କଳକାରଖାନା ସବୁ ଗଲା ତାଲାପଡି

ପ୍ରବାସୀ ଶ୍ରମିକ ସବୁ ଏକାକାର

ଜୀବନ ଜୀବିକା ହେଲା ପ୍ରଶ୍ନବାଚୀ 

ଆଶା ଭରସା ସବୁ ଯାଉଥିଲା ଛାଡି ଛାଡ଼ି ।।


ଘାତ ପ୍ରତିଘାତ ହୃଦୟେ ଧରିଣ

ଫେରି ଆସିଲେ ସବୁ ଭିଟାମାଟି

ବିଧିର ବିଧାନ କେ କରିବ ଆନ

କରୋନା ପାଇଁ କି ସବୁ ଅଘଟଣ

ଦୁର୍ଘଟଣା ଯୋଗୁଁ ବହୁ ହାରିଲେ ଜୀବନ 

ପାଇଲେ ସେମାନେ ଦୁର୍ଦ୍ଦଶା ଭେଟି।।


ଭିଟାମାଟି ର ଉଜୁଡା ସ୍ନେହରେ

ଫେରିଥିଲେ ବଂଚିବାର ଆଶା ନେଇ

କରୋନା ମାଡରେ ଭାଙ୍ଗି ଗଲା ଅଣ୍ଟା

ଆଶା ଭରସାର ନିରାଶା ଦୋଳିରେ 

ଆଖିଲୁହ ଝରୁଛି ଏପଟସେପଟ ହୋଇ।।


ଗୁଣ୍ଡେ ଖାଇ ଦଣ୍ଡେ ବଂଚିବା ପାଇଁ ତ

ପ୍ରବାସୀର ଦିନରାତି ଏମିତି ବିତେ

ଭୋକିଲା ପେଟରେ ଦାନା ଦେବା ପାଇଁ

ଏ ରାଜ୍ୟରୁ ଯାଇ ଅନ୍ୟରାଜ୍ୟରେ ଖଟେ।। 


ଶ୍ରମିକ କଲ୍ୟାଣ ଯୋଜନା ତ ମାଳମାଳ

କିନ୍ତୁ ମିଳେନା ତାର ଏଠି କିଛି ଥଳକୁଳ

ସକାଳୁ ଉଠିଲେ ଚିନ୍ତା ବଢିଯାଏ ମନେ

ମୂଲଖଟିବା ପାଇଁକି ଖୋଜୁଥାଇ ସ୍ଥାନକାଳ।।


ବଂଚିଛି ଜୀବନ ସଙ୍କଟେ ଜୀବିକା

କରୋନା ଭୁତାଣୁ ଆଘାତ ପାଇଁ 

ପ୍ରବାସୀଙ୍କ ପାଇଁ କେବେ ଆଲୋକ ଆସିବ

ତାଙ୍କ ପରିବାରେ ସମସ୍ତେ ରହିଛେ ଚାହିଁ।। 


ଓଡ଼ିଶା ଆମର କୃଷିର ରାଇଜର ଭୁମି

ଆମକୃଷି, ଭିତିଭୂମି ଦେଲେ ସଜାଇ

ପ୍ରବାସୀଙ୍କ ଦୁଃଖ କିଛି ଯାଆନ୍ତା କମି

ପରିବାର ତାଙ୍କ ରହନ୍ତା ଅନେକ ଖୁସି

ମୂଲ ପାଇଁ ନ ଛାଡନ୍ତେ ସେ ଜନ୍ମଭୂମି।।



Rate this content
Log in

Similar oriya poem from Abstract