STORYMIRROR

Prasanta Beuria

Abstract Others

4  

Prasanta Beuria

Abstract Others

ପ୍ରୌଢ ର ରତିକ୍ରୀଡା

ପ୍ରୌଢ ର ରତିକ୍ରୀଡା

1 min
340

ସୂର୍ଯ୍ୟ ଚାଲିଗଲା ପରେ,

ଆଲୋକ ଗୁମୁରି କାନ୍ଦେ।

ଅର୍ଦ୍ଧ ଦଗ୍ଧ ହୃଦୟର ଲୁହ ,

ଜୁଆରିଆ ସାଗରକୁ ଖୋଜେ।


ଏବଂ ପଙ୍ଗୁ ଭୂତମାନେ,

ଜୁଳୁଜୁଳିଆ ପୋକର ମୁକୁଟ

ମୁଣ୍ଡରେ ପିନ୍ଧି,

ଅସ୍ଥି ଉପରେ ସୁଶୋଭିତ 

ମାଂସ ପାଖକୁ ଆସନ୍ତି,

ହାତରେ ପ୍ରଣୟର ଦରଖାସ୍ତ ଧରି।


ଜଂଘ ପାଖରେ ଜଳୁଥିବା ମହମବତୀ,

ହଜି ଯାଇଥିବା ଯୌବନକୁ ଉଷୁମ୍ କରେ।

ସମୟ ଜାଳି ଦେଇଥିବା ମଂଜି ମାନେ

ବିଛାଡି ହୋଇ ପଡନ୍ତି,

ଲୋଚାକୋଚା ମାଂସ ଉପରେ।

ଡିମିରି ଗଛର ଫୁଲ ପରି !

ଯେଉଁଠି ମହମ ନଥାଏ,

ମହମବତୀର ବେଣୀ କେବଳ

ଦୋଳାୟିତ ହେଉଥାଏ। 


ତାଳୁ ଓ ତଳିପାର ଦୁଇ ମେରୁରେ,

ପବନିଆ ରକ୍ତ ସମୁଦ୍ର ଭଳି ଖସଡି ଯାଏ। 

ଆଖି ପଛର ସକାଳ ସିତ୍କାର କରେ।


ଯୌନତାର ନଳକୂପରୁ ବିନା ବାଡବନ୍ଧରେ,

ଅତୃପ୍ତ ଲୁହ ମାନେ, ଅବୋଧ୍ୟ ହସ ହୋଇ 

ବିନ୍ଦୁ ବିନ୍ଦୁ ବୋହି ଯାଆନ୍ତି।


କଳା ଜହ୍ନ ପରି,

ରାତି କମ୍ବଳ ଘୋଡେଇ 

ଆକାଶର ସୀମାନ୍ତକୁ ପହଞ୍ଚି ଯାଏ। 

ଦିନ ଫେରି ଆସି ଦେଖାଏ -

ଲୋଭନୀୟ ଚମଡା ପିନ୍ଧା,

ମାଂସ ତଳର କଙ୍କାଳ ମାନଙ୍କୁ।


ଅସମାହିତ କର୍ମର ଝଲକାଏ ପବନ

ଉଡେଇ ନେଇଯାଏ, 

ମନର ରଂଗୀନ କାନ୍ଥରେ, ଟଙ୍ଗାଥିବା 

ଶୀତବସ୍ତ୍ର ପିନ୍ଧା, କାମନାର ପଟ୍ଟଚିତ୍ରକୁ। 


ରାତିର ବର୍ଷାକୁ ଆଘ୍ରାଣ କରିଥିବା

ଗୋପନ ଉନ୍ମାଦନାକୁ 

ଆଲୋକ ପ୍ରକାଶ କରି ପାରେନା।

ଗୁପ୍ତ ମାଟିର ଆଦ୍ରତାର ଦୃଶ୍ୟ 

ଆଖି ହଜେଇ ଦେଇଥାଏ। 

ସକାଳର ରକ୍ତିମ ସୂର୍ଯ୍ୟ

ଡେଉଁଥାଏ ପରିତ୍ୟକ୍ତ ଜମି ଉପରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract