ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ଆଶା ବୋଇତରେ ବସେଇ ଦେଇ
ତମେ ଚାଲିଗଲ ଅଫେରା ରାଜ୍ୟକୁ
ନା ମୋତେ ମନେ ପକାଉଥିବା
ନା ମୋର ସ୍ମୃତିକୁ ଲେଉଟାଉ ଥିବ
ମୋ ଭିତରେ ଭଲପାଇବାର ବୀଜ
ତମେ ହିଁ ବୁଣିଥିଲ
ମୋ ସରଳ ମନକୁ ତମେ ହିଁ
ଅମାନିଆ କରିଥିଲ
ପ୍ରେମର ତାଜମହଲ ଗଢିବାକୁ
ତମେ ହିଁ ମୋ ଭିତରେ
ଭରିଥିଲ ଅଜସ୍ର କାମନା !
ଆଜି କେମିତି ସବୁ ଭୁଲିଗଲ
ଅନ୍ୟର ହାତ ଧରି ସୁଖର ସଂସାର କରିଲ
ସୀମନ୍ତିନୀ ହୋଇ କୁଳବଧୂ ସାଜିଲ
ମୋ ଭଲ ପାଇବାରେ କେଉଁଠି କମିଥିଲା
ମନ ଦିଆନିଆ ଭିତରେ କେଉଁଠି
ପୂର୍ଣ୍ଣଚ୍ଛେଦ ପଡିଗଲା !
ମୁଁ ଏବେ ଭାବୁଛି ତମେ ଧନୀଘର
ଝିଅ ବୋଲି ମୋତେ ଭୁଲିଗଲ
ଜାଣି ପାରିଲିନି ତମ ବିଶ୍ୱାସଘାତକତାକୁ
ଏବେ ମୁଁ ନିଜକୁ "ପ୍ରାୟଶ୍ଚିତ" କରୁଛି
ତମକୁ ଭଲ ପାଇବା ମୋର
ଭୁଲ ଥିଲା ବୋଲି !
