STORYMIRROR

AJAYA KUMAR MALIK

Tragedy

3  

AJAYA KUMAR MALIK

Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
244


ଆଶା ବୋଇତରେ ବସେଇ ଦେଇ

ତମେ ଚାଲିଗଲ ଅଫେରା ରାଜ୍ୟକୁ

ନା ମୋତେ ମନେ ପକାଉଥିବା

ନା ମୋର ସ୍ମୃତିକୁ ଲେଉଟାଉ ଥିବ

ମୋ ଭିତରେ ଭଲପାଇବାର ବୀଜ

ତମେ ହିଁ ବୁଣିଥିଲ

ମୋ ସରଳ ମନକୁ ତମେ ହିଁ

ଅମାନିଆ କରିଥିଲ

ପ୍ରେମର ତାଜମହଲ ଗଢିବାକୁ

ତମେ ହିଁ ମୋ ଭିତରେ

ଭରିଥିଲ ଅଜସ୍ର କାମନା !

ଆଜି କେମିତି ସବୁ ଭୁଲିଗଲ

ଅନ୍ୟର ହାତ ଧରି ସୁଖର ସଂସାର କରିଲ

ସୀମନ୍ତିନୀ ହୋଇ କୁଳବଧୂ ସାଜିଲ

ମୋ ଭଲ ପାଇବାରେ କେଉଁଠି କମିଥିଲା

ମନ ଦିଆନିଆ ଭିତରେ କେଉଁଠି

ପୂର୍ଣ୍ଣଚ୍ଛେଦ ପଡିଗଲା !

ମୁଁ ଏବେ ଭାବୁଛି ତମେ ଧନୀଘର

ଝିଅ ବୋଲି ମୋତେ ଭୁଲିଗଲ

ଜାଣି ପାରିଲିନି ତମ ବିଶ୍ୱାସଘାତକତାକୁ

ଏବେ ମୁଁ ନିଜକୁ "ପ୍ରାୟଶ୍ଚିତ" କରୁଛି

ତମକୁ ଭଲ ପାଇବା ମୋର

ଭୁଲ ଥିଲା ବୋଲି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy