ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
ଅନ୍ତର ବେଦନା ମର୍ମରେ ଲୁଚାଇ
ଗୁମୁରି ବିବେକ ବାପୁଡ଼ା ରହେ,
ବିନା ଦ୍ବିଧାରେ ମନ ଅଶ୍ଵ ଟା ଯେଣେ ଇଚ୍ଛା ତେଣେ ଧାଏଁ।
ଦୌଡ଼ ଭିତରେ କ୍ରିୟା, ଅକ୍ରିୟା, ଅକର୍ମ,କର୍ମ
ଭୁଲି ପାପପୁଣ୍ୟ ପରିଣାମ,
ସୂଚାଏ ବିବେକ ତୁହା ତୁହା ହେଲେ
ମାନେ ନାହିଁ ମନ କରି ଚାଲେ ଅକିର୍ତି ବୁଦ୍ଧି କରି ତା ବାମ ।
କର୍ମ ରହିତ ପ୍ରାଣୀ ଜୀବନ
ଜ୍ଞାନ କାନ୍ଥ ଆଇନା ରେ ଗଢା,
ଚଉଷଠି ଲକ୍ଷ ଯୋନି ଭ୍ରମି ମାନବ
ଜ୍ଞାନ, ବିବେକ କୁ ପାଇ ଜୀବନେ କରେ ହାତ ଛଡା।
ଜ୍ଞାନ ଆଇନା ରେ ନିଜ କୁକର୍ମ/ ଦୁଷ୍କର୍ମ ପ୍ରତିବିମ୍ବ; ମନ,
ନିତି ଦେଖୁଥାଏ ବିବେକ ବଳେ,
ଉତ୍ତର ବୟସେ ଅବଶ/ବିଭତ୍ସ ତନୁ ହେଲାପରେ,ଶତ ପ୍ରାୟଶ୍ଚିତ ଚାହେଁ,
ମନ,ବିବେକ କଥା ଏବେ ହେଜେ ବିକଳେ ।।
ଜ୍ଞାନ ଆଇନା ଟା ଅନ୍ତିମ କାଳେ
ବିଛୁରିତ ହୋଇ ଯେତେ ଟୁକୁଡ଼ା ହୁଏ,
ପ୍ରାଣୀ ତରିବା ବାରତା ସମ୍ଭବ ଆଗାମୀ ପିଢ଼ି କୁ
ବିବେକ ରହିତ ସୁକର୍ମ ପ୍ରେରଣା ସେତିକି ଯୋଗାଇ ଦିଏ।
ପ୍ରାୟଶ୍ଚିତ ବହ୍ନି ସମୟ ରହିତ ବିବେକ ସହିତ ଯେତେ ଆତୁରେ ଜାଗ୍ରତ ହେବ,
ସେବେଠୁ ସତଚିନ୍ତା ରେ ପ୍ରାଣୀ ଯଥା ସମ୍ଭବ ମୁକ୍ତି ପଥ ଦେଇ ସେ ନିର୍ବାଣ ଗତି ପାଇଁ ଅଗ୍ରସର ହେବ ।