STORYMIRROR

rasmi maye pati

Inspirational Others

3  

rasmi maye pati

Inspirational Others

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
199


ଭାବନ୍ତା କି ଶାଶୁ ଥରେ 

  ନିଜକୁ ସେ ମା ଆ ଟିଏ

ଦିଅନ୍ତାନି ସେ ଗଞ୍ଜଣା 

  ବୋହୂ ବି ତା ଝିଅ ଟିଏ।।।।

କରନ୍ତା କି ପ୍ରାୟଶ୍ଚିତ 

   ଅପକର୍ମ ପାଇଁ ନିଜ

ନିଜ ସ୍ନେହ ବନ୍ଧନ ରେ 

  ବାନ୍ଧ ତା ବୋହୂ ପଣତ।।।।।

ମଣିଷ ପଣିଆ ସ୍ରୋତ 

  ଝରନ୍ତା ବୋହୂ ହୃଦ ରୁ

ଯଦି ସେ ସ୍ନେହ କର୍ତ୍ତବ୍ୟ 

  ପାଇଥିବ ଶାଶୁ ଠାରୁ।।।।।

ବୋହୂ ବି ତ ପ୍ରାୟଶ୍ଚିତ

   କ ରନ୍ତା ତା ଅନ୍ତର ରେ

ନିଜ ଦୋଷ ଭୁଲ୍ ପାଇଁ

  ମଥା ନତ ଶାଶୁ ଠାରେ।।।।

ବୃଦ୍ଧ କାକେ ଯା ନ୍ତା କି 

  କେବେ ବି ସେ ବୃଦ୍ଧା ଶ୍ରମ

ଝରାନ୍ତା ବୋହୁ ଆଖି ରୁ

   ଦୁଇ ଧାର ଲୁହ ଉଷ୍ଣ।।।।

ମାରି ଥିଲେ ଗୋଡି ଥରେ

  ସେ ହୁଏ ପଥର ଆଜି

ଯେମିତି ବାଢ଼ିବ ସ୍ନେହ 

  ସେମିତି ପାଇବ ଭକ୍ତି।।।।

ଯେମିତି କା ଦିଅଁ ପାଇଁ

   ସେମିତି କା ଲୋଡା ପୂଜା

ସ୍ନେହ ପ୍ରେମ ପ୍ରତିଦାନେ

  ଭକ୍ତି ହୋଇ ଥାଏ ଖଞ୍ଜା।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational