STORYMIRROR

Ayushman Tripathy

Fantasy Inspirational

3  

Ayushman Tripathy

Fantasy Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

2 mins
311

ପୁନ୍ଦର ଧରା ର ଶୁକ୍ତି ମାନବ

ନର ନାରୀ ସମାହାର,

ସମସ୍ତ ଜୀବ ଙ୍କ ମଧ୍ୟେ ସେ ଆବ

ଧରିଛି ବୁଦ୍ଧି ର ହାର।

ବିଶ୍ବ ବୃକ୍ଷ ର କୁସୁମ ଅଟଇ

ଗୋଟିଏ ପାଖୁଡା ନର,

ସେଇ କସୁମ ର ଅନ୍ୟ ପାଖଡାଳ

ଅଟଇ ଯେ ନାରୀ ନୀର।

ନର ଏକା ସାଜେ ଶକ୍ତି ର ତୀର୍ଥ

ନାରୀ ଯେ ଶୁକମାରୀ

କଣ୍ଟକ ପଥେ ଚାଲେ ଏକା ନର

ଭାବଇ ହୀନ ଏ ନାରୀ।

ଭୁଲିଗଲା ନର ସେଶନାରୀ ଥିଲା ଯେ

ମହାଭାରତ ନାୟିକା

ତ୍ରେତୟା ରେଶପୁଣି ଥିଲା ଏହି ନାରୀ

ସତୀ ପତିବ୍ରତା ସୀତା!

ଦ୍ବାପର ରେ ପୁଣି ଏହି ନର ତାକୁ

ଦେଇଥିଲା ଅଭିଶାପ,

ଧର୍ମରାଜ ରୁପେ ନାରୀଜଗତ କୁ

ଦେଇଥିଲେ ମହାଶାପ।

ତ୍ରେତୟା ରେ ପୁଣି ସେହି ନାରୀ ଟି

ଦେଇଥିଲା ଅଗ୍ନି ପରୀକ୍ଷା

ପବିତ୍ର ଥାଇକି ପବିତ୍ରତା ପାଇଁ

ନେଲା ବାରବାର ଦିକ୍ଷା।

ସେ ଯୁଗ ବି ଗଲା ଦ୍ବାପର ସରିଲା

କଳି କାଳ ଯେ ଆସିଲା,

ସତ୍ୟ ଧର୍ମ ପୁଣ୍ୟ ସବୁ ଯେ ସରିଲା

ଅଧର୍ମ ନିତି ବଢିଲା।

ଅଧର୍ମ ର ଏହି କଳି କାଳ ଯୁଗେ

ନାରୀ ଶୋଷିତ ହେଲା,

ପତିବ୍ରତା ନାରୀ ନର ରାକ୍ଷସ ଠୁ୍

ଶୋଷିତ ପିଡିତ ହେଲା।

କଳି ମାୟା ଗ୍ରାସେ ସର୍ବଜଗତ କୁ

ଅନ୍ୟାୟ ହୁଅଇ ଗୁରୁ,

ଧର୍ମ ନାମେ ଆଜି ପ୍ରଭୁ ଙ୍କୁ ବିକଇ

ସତ୍ୟ ର ପ୍ରକୋପ ସରୁ।

ପ୍ରଭୁ ସୃଜିଥିଲେ ଏ ଧରା ସଂସାର

ମାଟିରେ ନୁହେଁ ଚିତ୍ତ ରେ,

ସେ ଆଜି ଖୋଜନ୍ତି ନିଜ ରଚନା ର

ଅଛନ୍ତି ସେ କୋଉ ରୁପରେ।

କଳି କାଳେ ନାରୀ ହୁଅଇ ଅବଳା

ଦୁର୍ବଳା ସେ ନିରିମାଖୀ,

ରୁପସୀ ଲଳନା ନର ହାତରେ

ହୁଅଇ ସେ ମହାମାଖୀ।

ଜଗତ ବୁଲିକି ପ୍ରତ୍ୟେକେ ଦେଖିଲା

ନର ରୁପ ରାକ୍ଷସ

ନାରୀ ରକ୍ତ ମାଂସ କରଇ ନର କୁ

ନାରୀ ହତ୍ୟାକାସ।

ବୁଲିଲା ପର୍ବତ ପାହାଡ ଭୁଲୋକ

ନାରୀ ଥିଲା ନର ଦାସ

ନର ପିଶାଚ ଆଜି ନାରୀ ମାୟାରେ

ହୋଇଯାଇଅଛି ଗ୍ରାସ।

ପଣ୍ଡିତ କହଇ ବ୍ରାହ୍ମଣ କହଇ

କଳି କାଳେ ହେଲା ପାପ

ନର ରାକ୍ଷସ ନାରୀ କୁ କହଇ

ନାରୀ ହେବା ଅଭିଶାପ?

ଭୁଲୁଛି ସେ ନର ଜଗତ ଶକ୍ତିର

ଆଧାର ଅଟଇ ନାରୀ

ମହାଦେବୀ କାଳି ଦୁର୍ଗା ଚଣ୍ଡୀ ମାଁ

ଜଗତ ଶକ୍ତି ର ଧାରୀ।

କଳିଯୁଗ ଜାଣି ନାରୀ କୁ କରଇ

ଭୀଷଣ ଅତ୍ୟାଚାର,

ଜାଣି ପାରୁନୁ ତୁ ଏହା ହେବ ତୋର

ନର୍କ କୁ ଯିବାର ଦ୍ବାର।

ଓହରି ଯା ଏହି ପାପ କର୍ମରୁ

ସୁଧୁରି ଯା ରେ ନର,

ପାପ ଭାର କୁ ନେଇ କି ଯିବୁ ରେ

ପାଇବୁ ନର୍କ ରେ ଘର।

ସମୟ ଅଛି ହେ ଆର୍ଯ୍ୟ କୁଳ ଶ୍ରେଷ୍ଠ

ନାରୀ କୁ ଦେ ସମ୍ମାନ

ଜଳିବୁ ନାରୀ ର ଭୀଷଣ କ୍ରୋଧରେ

ହରେଇବୁ ଧନ ଜନ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy