STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

ପ୍ରାତଃ ଭ୍ରମଣ

ପ୍ରାତଃ ଭ୍ରମଣ

1 min
2.4K


ପ୍ରାତଃ ଭ୍ରମଣ ହିତକର ବୋଲି

ପଢ଼ିଥିଲି ମୁଁ ପାଠରୁ

ପ୍ରାତଃ ଭ୍ରମଣରେ ମନ ଶାନ୍ତି ରହେ

ଜାଣିଗଲି ଆଜି ସେଥିରୁ...

ବୈଜ୍ଞାନିକ ଯୁଗରେ ଆମ ଶରୀରଟା

ମେସିନି ଚାଳିତ ହେଲାଣି

ଔଷଧ ପକା ଫଳମୂଳ ଖାଲି

ଶରୀର ଦୁର୍ବଳ ହେଲାଣି...

ଶାରୀରିକ କାର୍ଯ୍ୟ କିଛି ହେଉନି

ଦେହ ଅଳସୁଆ ହେଲାଣି

ନାହିଁ ନଥିବା ଯେତେ ସବୁ ରୋଗ

ଶରୀରରେ ବାସ କଲାଣି...

ନୁଆଁ ନୁଆଁ ରୋଗ ଶରୀରରେ ପଶି

କଲବଲ କରିଦେଲାଣି

ନିୟମିତ ଯଦି ବ୍ୟାୟାମ ନ କର

ଜୀବନଟା ନେବ ମେଲାଣି...

ସକାଳେ ସନ୍ଧ୍ୟାରେ ବ୍ୟାୟାମ କରିଲେ

ଶରୀରଟା ସୁସ୍ଥ ରହିବ

ସୁସ୍ଥ ରହିଲେ ତୁମ ଶରୀରଟା

ଖୁସିରେ ଜୀବନ କଟିବ...

ନିରଞ୍ଜନ ସାହୁ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational