Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Fantasy

4  

Panchanan Jena

Fantasy

ପ୍ରାସଙ୍ଗିକତା

ପ୍ରାସଙ୍ଗିକତା

1 min
5


କବିତା - ପ୍ରାସଙ୍ଗିକତା

ରଚନା - ପଞ୍ଚାନନ ଜେନା

ତାରିଖ - ୦୬-୦୩-୨୦୨୪


ଫୁଲ ଫୁଟିଲେ ବଗିଚାରେ କି ସାର୍ଥକତା

ଯଦି ସୁବାସ ନ ଚହଟିଲା ଚଉପାଶ

ଫଳ ଫଳିଲେ ଗଛରେ କି ଯଥାର୍ଥତା

ଯଦି ନଇଁ ନ ଠାରିଲା ହେ ଜଗଦୀଶ


ବାକ୍ୟ ସ୍ଫୁରିଲେ ତୁଣ୍ଡରେ କି ମାଦକତା

ଯଦି ଜନ ମନ ଭରଣ ହରଣ ନ ହେଲା

ଗୀତ ଗାଇଲେ ମୁଖରେ କି ବିବିଧତା

ଯଦି ସୁଧିବୃନ୍ଦ ମନ୍ତ୍ରମୁଗ୍ଧ ନ କରି ପାରିଲା


ଅରଣ୍ୟରେ ଲମ୍ବା ବୃକ୍ଷ ହେଲେ କି ମହାନତା

ଯଦି ଚଢ଼େଇଟେ ବସା ବାନ୍ଧିବାକୁ ନାକ ଟେକିଲା

ନଈଟେ ଅଙ୍କାବଙ୍କା ଉସାରିଆ ହେଲେ କି ବଦାନ୍ୟତା

ଯଦି ପ୍ରଦୁଷଣମୁକ୍ତ ମିଠା ପାଣି ନ ଦେଲା


ମୌସୁମୀ ବର୍ଷିଲେ ଗର୍ଜିଲେ କି ମୂଷଲତା

ଯଦି ଭୁଇଁ ନ ଭିଜିଲା ଚାଷ ନ ହେଲା

ସମୀରଣ ମନ୍ଦ ମନ୍ଦ ବହିଲେ କି ସରସତା

ଯଦି ଚୂର୍ଣ୍ଣ କୁନ୍ତଳ ମୂଳେ ଭଉଁରୀ ନ କଲା


ଯତନେ ସାଇତା ସଂପଦ କି ଅବଶ୍ଯକତା

ଯଦି ବିପଦେ ଆପଦେ କାମରେ ନ ଲାଗେ

ସଖା ମିତ୍ର ସାଙ୍ଗ ସୋଦର କି ପ୍ରାସଙ୍ଗିକତା

ଯଦି ଆକସ୍ମିକ ସ୍ଥଳେ ଦର୍ଶନ ଦୁଃର୍ଲଭ ନ ବାଗେ ।


Rate this content
Log in

Similar oriya poem from Fantasy