STORYMIRROR

ଦୀପଙ୍କର ଦାସ

Tragedy Fantasy

3  

ଦୀପଙ୍କର ଦାସ

Tragedy Fantasy

ପ୍ରାର୍ଥନା

ପ୍ରାର୍ଥନା

1 min
334


ତୁମେ ନିର୍ମଳ କର,ମଙ୍ଗଳ କର 

ମଳିନ ମର୍ମ ପୋଛି

ତବ ପୂର୍ଣ୍ଣ କିରଣ ଦେଇଯାଅ ଆସି

ମମ ମୋହ କାଳିମା ପୋଛି।


ଲକ୍ଷ ଶୂନ୍ୟ ଲକ୍ଷ ବାସନା

ଛୁଟିଛି ଗଭୀର ଅନ୍ଧାରେ

ଜାଣେନି କେବେ ବୁଡି ଯିବ ପୁଣି

ଅକୁଳ ଗରଳ ପକ୍ଷରେ

ପ୍ରଭୁ ବିଶ୍ଵ ବିପଦହନ୍ତା

ତୁମେ ଦେଖାଅ ରୁଧିର ପନ୍ଥା

ତବ ଶ୍ରୀଚରଣେ ନେଇ ଆସ ମମ

ମର୍ତ୍ତ୍ୟ ବାସନା ଗୋଛାଇ

ମମ ମଳିନ ମର୍ମ ପୋଛି ।


ଅଛ ଅନଳ ଅନିଳେ ଚିରଣ ଭୂନୀଳେ

ଭୁଧର ସଲିଳେ ଗହନେ

ଅଛ ବିଟପି ଲତାରେ,ଗଭୀର ଜଳରେ

ଶଶି ତାରକାରେ ତପନେ

ମୁଁ ନୟନେ ବସନ ବାନ୍ଧି

ବସି ଅନ୍ଧାରେ ମରେ କାନ୍ଦି

ମୁଁ ଦେଖି ନାହିଁ କିଛି 

ବୁଝି ନାହିଁ କିଛି 

ଦିଅ ହେ ଦେଖାରେ ବୁଝାଇ

ମମ ମଳିନ ମର୍ମ ପୋଛି ।


ତୁମେ ନିର୍ମଳ କର,ମଙ୍ଗଳ କର 

ମଳିନ ମର୍ମ ପୋଛି

ତବ ପୂର୍ଣ୍ଣ କିରଣ ଦେଇଯାଅ ଆସି

ମମ ମୋହ କାଳିମା ପୋଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy