STORYMIRROR

Biswanath Nayak

Classics

3  

Biswanath Nayak

Classics

ପ୍ରାର୍ଥନା --------

ପ୍ରାର୍ଥନା --------

1 min
254

ସକାଳ ଜପରେ

ଆଉ ସନ୍ଧ୍ୟା ଆଳତୀରେ

ଏତିକି ପ୍ରାର୍ଥନା ପ୍ରଭୁ

ତୁମ ଶ୍ରୀପୟରେ,

'ମୋତେ ତୁମେ

ଦେଖା ଦିଅନାହିଁ'

ତାହେଲେ ମୁଁ ଚାଲୁଥିବି,

ଅନ୍ଵେଷଣ କରୁଥିବି


କାରଣ ମୁଁ ଏକ ଯାତ୍ରୀ,

ଚାଲିବା ମୋ କାମ। 

ବିଜ୍ଞାନ ଅଗ୍ରଦୂତ ମୁଁ

ଖୋଜିବା ମୋ କାମ।

ସ୍ରଷ୍ଟାର ମୁଁ ପ୍ରତିନିଧି

ସୃଷ୍ଟି ମୋର କାମ


ବହୁଥିବି ନଈ ହୋଇ

ଖୋଜି ଖୋଜି ସାଗରକୁ,

ହେଉ ପଛେ ରାସ୍ତା ମୋର

ଅଗମ୍ୟ ଦୁର୍ଗମ,

ସୃଷ୍ଟି ହେବ ସବୁଜିମା,

ପାଲଟିବ ମରୁଭୂମି

ଶସ୍ୟର ଭଣ୍ଡାର

ଚାହେଁନା ମୁଁ ମିଶିବାକୁ 

ଅନନ୍ତ ସାଗରେ

ସାଗରରେ ମିଶିଗଲେ ଥରେ,

ମୋ ବହିବା ସରିଯିବ,

ମୋ ନାଁ ହଜିଯିବ,

ଜଳଧିର ଲବଣ ଜଳରେ


ମୁଁ ସାଜିବି ସାଗର

ଖୋଜିବାରେ ମୋର ପୂର୍ଣ୍ଣଛେଦ

ଖୋଜିବାର ମଜା

କଣ ପାଇବାରେ ଥାଏ

ତେଣୁ ପ୍ରଭୁ! ଏତିକି ମିନତୀ,

'ମୋତେ ତୁମେ ଦେଖା ଦିଅନାହିଁ


ତୁମେ ମୋତେ ଦେଖାଦେଲେ,

ମୋ ଚାଲିବା ସରିଯିବ,

ମୋ ଖୋଜିବା ମରିଯିବ,

ହୋଇଯିବି ଅବତାର,

ହୋଇଯିବି ମୂର୍ତ୍ତି,

ଫୁଲମାଳର ଭାରାକୁ

ଟେକି ପାରିବିନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics