ପ୍ରାର୍ଥନା
ପ୍ରାର୍ଥନା
ପାରୁନାହିଁ ସହି ଆଉ ମୁଁ ଅଧିକ
କରୁଅଛି ନିବେଦନ
ଜଗତର ନାଥ ପ୍ରଭୁ ଜଗନ୍ନାଥ
କର ମୋତେ ପରିତ୍ରାଣ ।
ନିଇତି ମରୁଛି ଜଳିପୋଡି ଦୁଃଖେ
ଜୀବନେ ନାହିଁ ମୋ ସୁଖ
ଜୀବଗଲା ବେଳେ ଦେବ ଦରଶନ
ହେ ନାଥ କଳା ଶ୍ରୀମୁଖ ।
ଲୋଡା ନାହିଁ ମୋର ମାନବ ଜନମ
କରିଦେବ ଫୁଲଗଛ
ତୁମ ବିନା ସାହା ନାହିଁ ଅନ୍ୟ କେହି
ସାରା ସ°ସାରଟା ମିଛ ।
ଏଇ ଦୁନିଆଁଟା ଲାଗେ ନାହିଁ ଭଲ
ବିଷ କୁମ୍ଭ ପୟ ମୁଖ
ଫୁଲଟିଏ ହୋଇ ରହିବି ଅନାଇ
ଲଭିବି ଏକାତ୍ମ ସୁଖ ।
ଆହେ ଦୟାମୟ ଜଗତ ଠାକୁର
ଜାଣ ତୁମେ ମନ କଥା
କରୁଛି ପ୍ରାର୍ଥନା ନିରାଶ ନକରି
ହର ଦୁଃଖକଷ୍ଟ ବ୍ୟଥା ।
