STORYMIRROR

Pranati Jena

Inspirational Others

3  

Pranati Jena

Inspirational Others

ପ୍ରାଣୀଙ୍କ ଆରତ

ପ୍ରାଣୀଙ୍କ ଆରତ

1 min
188

ପ୍ରାଣୀ ଙ୍କ ଆରତ ସହିପାର ନାହିଁ

   ଦୟାମୟ ଆହେ ହରି,

କେତେ ଦୁଃଖି ପ୍ରଭୁ ଦୁଃଖ ରୁହେ ନାହିଁ 

    ନାମ ମହଷୌଧି ଧରି....


ଅକୁହା ବେଦନା ପ୍ରଭୁ ପଢିପାର 

   ଆକୁଳତା ଭିଜା ସୁର, 

ନୟନ ପଥ ରେ ଆସ ବାରମ୍ବାର 

   ନିବେଦନ ଘେନା କର....


 ସ୍ୱର୍ଣ୍ଣ ସିଂହାସନ ଦେବାରୁ ବଞ୍ଚିତ 

    ମଣି ମାଣିକ୍ୟ ଖଚିତ, 

ନିର୍ମଳ ହୃଦୟେ ଆସନ ସ୍ଥାପିତ 

    ଭାବ ମନ୍ଦିରେ ଅନନ୍ତ....


ଆତ୍ମା ନିତ୍ୟ ରାସ କଳ୍କୀ ଭାଗବତ 

    ଦର୍ଶନେ ମୁଁ ଶିହରିତ, 

ପ୍ରାଣ ପକ୍ଷୀ ଭଜେ ରାମ, କୃଷ୍ଣ ନିତ୍ୟ 

    ଓଁ କାରରେ କରି ଯୁକ୍ତ.....


ନାହିଁ ଜ୍ଞାନ, ଧ୍ୟାନ କି ପୂଜା ଅର୍ଚ୍ଚନା 

   ମୋହ ଅନ୍ଧକାରେ ସିନା, 

ବେଳ ବୁଡିଯାଏ ଜୀବନେ ଯନ୍ତ୍ରଣା 

   ଭାବି ହୁଏ ଆନମନା.....


ମନ ଚଇତାଳି ଅମୃତ ଝଙ୍କାର 

   ସୁରଭିତ ବଂଶୀ ସୁରେ, 

 ଗୋପନ କାନନେ ଅଧିର,ବିଭୋର 

    ପ୍ରତିକ୍ଷଣ ଭାବନା ରେ....


କ୍ଷଣେ ଚାହିଁଦେଲେ ଏ କାଳ ବୈଶାଖୀ 

   ମୃଦୁ ମଳୟ ପରଷି, 

ଭାବଅଶ୍ରୁ ନଈ ଭକ୍ତି ନୌକା ବାହୀ 

   ଡାକୁଅଛି ହେ ଶ୍ରୀପତି....

    

କଲ୍ୟାଣ ମୟ ହେ ନିରତେ ଗୁହାରି 

   ଶ୍ରୀ ପଦ ପଙ୍କଜ ଧ୍ୟାୟୀ, 

କରୁଣା କର ହେ ଭକ୍ତ ଦୁଃଖହାରି 

    ଜଗତ ମଙ୍ଗଳ ସାଇଁ....


ଏ ମହା ବିପତ୍ତି ପ୍ରାଣ ନେଉଅଛି 

   ନାହିଁ ଥଳକୂଳ କିଛି, 

 ହା, ହା କାର ଆଜି ଜୀବନ ସାଜିଛି 

    ମୃତ୍ୟୁପଥ ସଜାଡିଛି....


ଉଦ୍ଧାର କର ହେ ଆରତ ନାଶନ 

   ଗଜ ଉଦ୍ଧାରିଲ ଆପଣ, 

ମୃଗୁଣୀ ବିକଳ ଆତ୍ମାର ଦର୍ଶନ 

    ଘେନାକର ନିବେଦନ.....


ଦ୍ରୌପଦୀ ରକ୍ଷଣ ସଂସାର କଷଣ 

   ହୃଦୟର ଭାବ ଘେନ, 

ସ୍ଥିର କରିଦିଅ ଜୀବିକା ଜୀବନ 

   ଗୁହାରି ହେ ଶ୍ୟାମଘନ.....


ମନ ବୁଦ୍ଧି ମୋର ବାଇଶି ପାହାଚ 

   ହୃଦୟ ମୋ ବଡ଼ ଦାଣ୍ଡ, 

ସଧିରେ ଆସ ହେ ଭୂଷିତ ଶ୍ରୀବତ୍ସ

   ପଦେ ହେ ସବୁ ଖଣ୍ଡନ......


ସବୁପ୍ରାଣ ଏକ ଲୟ କରି ଭଜୁ 

   ନାମାମୃତ ହୃଦୟ ରୁ, 

ସର୍ବ ପ୍ରାଣେ ହରି ନାମ ରସ ଭରୁ 

   ଔଷଧ ନିତ୍ୟ ଭଣ୍ଡାରୁ.....

    


.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational