STORYMIRROR

Puspanjali Panda

Abstract

3  

Puspanjali Panda

Abstract

ପ୍ରାଣ ପ୍ରୟାଣ

ପ୍ରାଣ ପ୍ରୟାଣ

1 min
11.8K

ଆଗୋ ପ୍ରିୟତମ, ତୁମେ

ମୋ ମନର ମୁଗ୍ଧ ପରିଭାଷା

ବୁଝିଛ ,ବୁଝାଇଛ ଏ ମନବ୍ୟଥା 

ଦେହ ବ୍ୟଥା ସେ ଅବୁଝା କଥା

ଅଭିମାନ ଫେରାଇଛ ,

ଅଭିସାର ଜମେଇଛ,

ନିର୍ଜନରେ ନିଭୃତରେ 

ମନ ଗହନରେ,

ଦୁଃଖ କିବା ଛାର

କାଟିବାକୁ ସବୁ ଛନ୍ଦା ଛନ୍ଦି

ଜୀବନର

ପ୍ରିୟବର ପ୍ରିୟତମ ମୋର

ସମୟ ସରି ଆସିଲା।

ପ୍ରାଣ ପ୍ରୟାଣ ସମୟ ଉପଗତ ହେଲା

ଏଥର ଏ ପ୍ରାଣ ନେଇପାର!

ସେପାଖେ ଦେଖିବା ଯଦି ଲେଖିଅଛ

ଏପାଖର ମାୟା ଶିଘ୍ର ସାର


Rate this content
Log in

Similar oriya poem from Abstract