STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ପ୍ରାଣ ପ୍ରତିଷ୍ଠା ହେବ ରାମଙ୍କ

ପ୍ରାଣ ପ୍ରତିଷ୍ଠା ହେବ ରାମଙ୍କ

1 min
322


ନୂତନ ବିଗ୍ରହ ପ୍ରଭୁ ଶ୍ରୀରାମଙ୍କ

ବିରାଜିତ ଜନ୍ମସ୍ଥାନ

ଶୁକ୍ଳପକ୍ଷ ଦ୍ଵାଦଶୀ ଆଗାମୀ ପୌଷ 

ଥିବ ସୋମବାର ଦିନ !!


ଦିନାଙ୍କ ବାଇଶି ମାସ ଜାନୁଅାରି 

ଶୁଭ ଟି ମୁହୂର୍ତ୍ତ ଅତି

ପ୍ରାଣ ପ୍ରତିଷ୍ଠା ଯେ ପ୍ରଭୁ ଶ୍ରୀରାମଙ୍କ 

ସୃଷ୍ଟିକର୍ତ୍ତା ବିଶ୍ବପତି !!


ଅତି  ଆନନ୍ଦିତ  ଭକ୍ତ ପ୍ରଭୁଙ୍କର 

ଠିକଣା ଖୁସିର ନାହିଁ

ଗୁଞ୍ଜେ ରାମନାମ ଗହଳିରେ ଜନ

ସେହୁତ ଜଗତ ସାଇଁ !!


ଦିବା ଏଗାର ରୁ ଏକ ଟା ମଧ୍ୟରେ 

ହେବ ଯେ ପ୍ରାଣ ପ୍ରତିଷ୍ଠା

ଚାହିଁ ରହି ଛନ୍ତି ବ୍ରହ୍ମାଣ୍ଡ ଭକତ

ଦୃଢ଼ ପ୍ରଭୁ ପ୍ରତି ନିଷ୍ଠା !!


ଅନୁପମ ଦିବ୍ୟ ଦିଶୁଛି ଅଯୋଧ୍ୟା 

ଚତୁର୍ଦ୍ଦିଗ ଅଲୌକିକ 

ନାହିଁ ପଟାନ୍ତର ‌ନିର୍ମିତ ମନ୍ଦିର      

ନାହିଁ ତୁଳନା ତ୍ରୈଲୋକ୍ୟ !!


ବ୍ରହ୍ମାଣ୍ଡ ଠାକୁର ‌ ଈଶ୍ବର ଜଗତ

କୃଷ୍ଣ ରାମ ଦାରୁବ୍ରହ୍ମ 

ମହିମା ତାଙ୍କର କିଏ ବା ବର୍ଣ୍ଣିବ

ଅନାଦି ହେ ପରମବ୍ରହ୍ମ !!


ହଜାର ବର୍ଷର ତପସ୍ୟା ପୂରଣ

ଶୁଭ ମୂହୁର୍ତ୍ତ ଆସିଛି 

ଦେଖିବ ଦୁନିଆ ବିଗ୍ରହ ପ୍ରତିଷ୍ଠା 

ଜନ୍ମସ୍ଥାନେ ସବୁକିଛି 


ଗାଆଁ ରୁ ସହର ଯହୁଁ ଭକ୍ତିମୟ

ଭକ୍ତିରେ ରାମ କୀର୍ତ୍ତନ

ଶଙ୍ଖ ହୁଳହୁଳି ଗୃହେ ପଡ଼ୁ ଅଛି 

କେବଳ ରାମ ଗୁଞ୍ଜନ !!


ବାଜିବ ମହୁରୀ ମୃଦଙ୍ଗ ଦୁନ୍ଦୁଭି 

ରାଷ୍ଟ୍ର ହେବ ଭକ୍ତିମୟ 

ଅନିଷ୍ଟ ସଙ୍କଟ ଦୂର ବାଧାବିଘ୍ନ

ଗୁଞ୍ଜିବ ଯେ ରାମ ଜୟ !!


ଗୃହେ ଜଳୁ ଥିବ ଭକ୍ତିର ଦୀପାଳି

ଆଲୋକିତ ମର୍ତ୍ତ୍ୟପୁର

ଥିବେଯୋଡ଼ିହାତ ମନୁଷ୍ୟ ମର୍ତ୍ତ୍ୟର

ଦେଖୁ ଥିବ ସ୍ବର୍ଗ ପୁର !!


ଖୁସି ଯେ ଅପାର ବନିତା ବାଳକ

ଠିକଣା ଖୁସିର ନାହିଁ 

ରୂପଦିବ୍ୟଦେଖି ହେବେ ପୁଲକିତ 

ସମୟ ଆସୁଛି ଧାଇଁ !!


ଅମୃତର କାଳ ଦେଶକୁ ଆସିଛି 

ଗୁଞ୍ଜୁ ଅଛି ଦେଶକୀର୍ତ୍ତି

ରାମରାଜ୍ୟ ପରି ଶାସନ ଦିଶୁଛି 

ପ୍ରୀତି ସମଭାବ ନୀତି !!


ଭକ୍ତି ପ୍ରେମ ପ୍ରୀତି ଶ୍ରଦ୍ଧା ତ୍ୟାଗ ଧର୍ମ 

ପବିତ୍ର ଭୂମି ଭାରତ

ମନ୍ତ୍ର  ଅହିଂସାର ଧର୍ମ  ସନାତନ

ତହିଁରେ ବିଶ୍ବ ଜଡ଼ିତ !!


ପୂର୍ଣ୍ଣ ଅଭିଳାଷା ଦୀର୍ଘ ବର୍ଷ ପରେ

ଦେଖିବ ନେତ୍ର ସାକ୍ଷାତେ 

ପ୍ରଭୁ ଜନ୍ମସ୍ଥାନ ଦିବ୍ୟ ଅଲୌକିକ

ଭକ୍ତ କେତେ ଆନନ୍ଦିତ !!    

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract