STORYMIRROR

Puspanjali Panda

Abstract

3  

Puspanjali Panda

Abstract

ପ୍ରାଣ ଧନ

ପ୍ରାଣ ଧନ

1 min
11.9K

ମୋ ହାତରେ ତତେ ଉଡିବା ଶିଖାଇ

ଦୁନିଆ ଦେଖାଇ ଦେବି

ମୋ ସୁନା ଧନ ତୁ ଜହ୍ନ ମାମୁଁ ଦେଶେ

ନିତି ବୁଲାଇ ନେବି

ଧୋ ବାୟା ଗୀତ ଗାଇ ଶୁଣାଇବି

ନିଦ ତୋ ଆସିବା ଯାଏ

ମୁଁ ଜାଣିଛି ଧନ ଟିକିଏ କଥାଏ

ନ ଶୋଇ କି ଡ଼ରୁଥାଏ

ହସଫୁଲ ତୋର ଅମୁଲ ମୁଲ ମୋ 

ଲାଗିରେ ହୃଦ ଶଙ୍ଖାଳୀ

ପ୍ରାଣ ପୁରିଯାଏ ଥରେ ଦେଖିଦିଏ ତୋ

ହସ ମୋ ଗଳାର ମାଳି

ଧେଇକି ନାଚ ରେ ଧେଇ ଧେଇ ନାଚେ ତୁ

ମୁଁ ଦେଖି ଖୁସୀ ହେଉଥାଏ

ଆଶୀଷ ଦେଉଛି ତୁ ଭଲ ମଣିଷ ହ

ସୂର୍ଯ୍ୟ ଚନ୍ଦ୍ର ଥିବା ଯାଏ

ତୋ ମାଆ ର ଜୀବନ ପ୍ରାଣଧନ ତୁ

ଭୂଲେ ଦୁନିଆ ତୋ ଲାଗି

ସ୍ନେହରେ ପ୍ରେମରେ ପାଳୁଛି ବାବୁରେ

ପ୍ରଭୁ ଙ୍କ ଆଶୀଷ ମାଗି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract