STORYMIRROR

Ajit Kumar Raut

Abstract Inspirational

3  

Ajit Kumar Raut

Abstract Inspirational

ପରାକ୍ରମ ଦିବସ

ପରାକ୍ରମ ଦିବସ

1 min
1.4K


କୋଟି ପ୍ରଣିପାତ ସୁଭାଷ ବାବୁଙ୍କୁ

  ସ୍ବାଧୀନତା ସୁତ୍ରଧାର,

କହୁଥିଲ ସେହୁ ରକ୍ତ ଦିଅ ରାଷ୍ଟ୍ରେ

  ସ୍ବାଧୀନ ହେବ ରାଷ୍ଟ୍ରର।


ପରାକ୍ରମ ତିଥି ତେଇଶ ତାରିଖ

  ଜାନୁଆରୀ ମାସ ଆଜି,

ତାଙ୍କ ରାଷ୍ଟ୍ର ପ୍ରେମ ଗାଉ ଛନ୍ତି ଜନେ

  ଗୌରବ ଦିବସ ଆଜି।


ଜନ୍ମଟି ତାଙ୍କର ଜାନୁଆରୀ ୨୩

  ୧୮୯୭ ମସିହାରେ,

ରହସ୍ୟମୟଟି ମୃତ୍ୟୁ ହିଁ ତାଙ୍କର

  ଜଣା ନାହିଁ ତିଥି କାରେ।


ବୀର ପୁତ୍ର ସେହୁ ସଂଗ୍ରାମୀ ସୁଭାଷ

  ରାଷ୍ଟ୍ର ଭକ୍ତି ଅଙ୍ଗେ ଅଙ୍ଗେ,

ଜନ୍ମ ହୋଇ ଥିଲେ କଟକ ଶହରେ

  ରାଷ୍ଟ୍ରଭକ୍ତି ହିଁ ସର୍ବାଙ୍ଗେ।


ପିତା ନାମ ତାଙ୍କ ଜାନକୀନାଥଟି

  ରାଷ୍ଟ୍ର ଭକ୍ତ ନେତା ସେହୁ,

ହିନ୍ଦ ଫୌଜ ନେଇ ଅଂଗ୍ରେଜୀ ସଙ୍ଗରେ

  ଯୁଦ୍ଧ କରିଥିଲେ ସେହୁ।


ପରାସ୍ତ କରିଲେ ଅଂଗ୍ରେଜୀ ସୈନିକେ

  ଗୁଞ୍ଜିଲା ଟି ବିଶ୍ବ ସାରା,

ପ୍ରଥମ ସ୍ବାଧୀନ ତାଙ୍କ ପରାକ୍ରମେ

  ହୋଇଥିଲା ଦେଶେ ପରା।

  

ଗର୍ବିତ ରାଷ୍ଟ୍ରଟି ପରାକ୍ରମେ ତାଙ୍କ

  ସ୍ମରଣ କରନ୍ତି ଆଜି,

ସୁଭାଷ ସୁଭାଷ ନାମ ଗୁଞ୍ଜେ ଦେଶେ

  ଗୁଞ୍ଜେ ରାଷ୍ଟ୍ରଭକ୍ତି ଆଜି।


ତାଙ୍କ ଅବଦାନ ନ ପାରିବେ ଭୁଲି

  ଥିବେ ସୁର୍ଯ୍ୟ ଚନ୍ଦ୍ର ତାରା,

ଦେଉ ଥିବ ନିତ୍ୟେ ରାଷ୍ଟ୍ର ଭକ୍ତି ଶିକ୍ଷା

  ରାଷ୍ଟ୍ରର ଗୌରବ ପରା।


ଗୌରବାନିତ୍ଵ ଟି ସମ୍ପୂର୍ଣ୍ଣ ଭାରତ

  ତାଙ୍କ ପରାକ୍ରମ ଯୋଗୁଁ,

ମନୁଷ୍ୟ କର୍ତ୍ତବ୍ୟ ରାଷ୍ଟ୍ରଭକ୍ତି ଅଟେ

  ସ୍ମରଣ ଟି ତାଙ୍କ ଯୋଗୁଁ।


ଧନ୍ୟ ବୀରବର ପରାକ୍ରମ ତୋର

  ଶିକ୍ଷା ତୋର ସ୍ବାଭିମାନ,

ସ୍ବାଭିମାନ ମନ୍ତ୍ର ଗୁଞ୍ଜୁ ଅଛି ରାଷ୍ଟ୍ରେ

  ତୁମେ ଆମ ଅଭିମାନ।


ତବ ମନ୍ତ୍ରେ ଏବେ ରାଷ୍ଟ୍ରର ଶାସନ

  ଆତ୍ମନିର୍ଭରଟି ମନ୍ତ୍ର,

ଶକ୍ତିଶାଳୀ ହୁଏ ପବିତ୍ର ଭାରତ

   ଦେଲୁ ସ୍ବାଭିମାନ ମନ୍ତ୍ର।


କୋଟି ପ୍ରଣିପାତ ବିଚ୍ଛନ୍ନାଚଳରୁ

  ଗୁଞ୍ଜୁ ଅଛି ରାଷ୍ଟ୍ର ଭକ୍ତି,

ଆତ୍ମନିର୍ଭରଟି କିପରି ହୋଇବେ

   କର୍ମରେ ଦିଅନ୍ତି ଶକ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract