STORYMIRROR

Dharitri Das

Children

4  

Dharitri Das

Children

ପରାଏ ହୋଇବି

ପରାଏ ହୋଇବି

1 min
215

କୁସୁମ ପରାଏ ଫୁଟିବି

ସଭିଙ୍କ ମନକୁ ମୋହିବି।

କୋକିଳ ପରାଏ ଭାଷିବି

ମଧୁର ବଚନେ ତୋଷିବି।

ସୁରୁଜ ପରାଏ ଦିଶିବି

ଆଲୋକ ପ୍ରଦାନ କରିବି।

ଚନ୍ଦ୍ରମା ପରିକା ଉଇଁବି

ଅନ୍ଧାର ଦୂରେଇ ପାରିବି।

ପୃଥିବୀ ପରାଏ ସହିବି

ଅସ୍ଥିର କେବେବି ନୋହିବି।

ବୃକ୍ଷଟି ପରାଏ ହୋଇବି

ଖରା ବର୍ଷା ଶୀତ ସହିବି।

ତଟିନି ପରାଏ ଝରିବି

ପୃଥିବୀ ବକ୍ଷକୁ ଧୋଇବି।

ପର୍ବତ ପରିକା ଅଚଳ

ହେବି ମୁଁ ସର୍ବଦା ନିଶ୍ଚଳ।

ପବନ ପରାଏ ବହିବି

ସବୁରି ପ୍ରାଣକୁ ଛୁଇଁବି।

ଶ୍ରୀପଦେ କରୁଛି ବିନତି

ଦିଅ ମୋ ଶରୀରେ ଶକତି।

ଇଚ୍ଛାକୁ ମୋହର ପୂରଣ

କର ହେ ପ୍ରଭୁ ନାରାୟଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children