STORYMIRROR

Sachidananda Behera

Inspirational Others

3  

Sachidananda Behera

Inspirational Others

ପରାଧୀନ କାହାଣୀ ଏ ଭାରତମାତାର

ପରାଧୀନ କାହାଣୀ ଏ ଭାରତମାତାର

1 min
30

  


କେତେ କଷଣକୁ କରିଥିଲା ସହ୍ୟ 

  ଦେଇଥିଲେ ଯେଉଁ ଦଣ୍ଡ ଅସହ୍ୟ,

ଫାଟିଥିଲ କେତେ ପିଠି ଆମର 

 ପରାଧୀନ କାହାଣୀ ଏ ଭାରତମାତାର।(୧)

ଦୁଃଖଦିନ ଥିଲା ଭାରି ଅସହ୍ୟ

  ଦେଇଥିଲେ ଯେଉଁ ଦଣ୍ଡ ଅସହ୍ୟ,

ଉଡିଥିଲା କେତେ ମୁଣ୍ଡ ଆମର

  ପରାଧୀନ କାହାଣୀ ଏ ଭାରତ ମାତାର ।(୨)

ଲିଭିଥିଲା କେତେ ସିନ୍ଥିରେ ସିନ୍ଦୁର

   ଭାଙ୍ଗିଥିଲା କେତେ ଶଙ୍ଖାଯେ ହାତର,

ଦେଖିଥିଲେ କେତେ ମାଆ ଶବ ପୁଅର

 ପରାଧୀନ କାହାଣୀ ଏ ଭାରତ ମାତାର।(୩)

ହୋଇଥିଲା କେତେ ପୁଅ ବାପ ଛେଉଣ୍ଡ

  ପିଟିଥିଲା ବିଧବା ସ୍ତ୍ରୀ କାନ୍ଥରେ ମୁଣ୍ଡ,

ତଥାପି ଏ ଜାତି ରଖିଥିଲା ସାହସ ନିଜର

 ପରାଧୀନ କାହାଣୀ ଏ ଭାରତ ମାତାର।(୪)

ଚଳାଇଥିଲା କେତେ ସଂଗ୍ରାମ ଏ ଜାତି

 ଯାଇଥିଲା କେତେ ରକ୍ତ ତାତି,

ଜାଗି ଉଠିଥିଲେ କେତେ ବାନର ସେନା

 ହାତେ ଧରି ତ୍ରିରଙ୍ଗା ବାନା।(୫)

ଗଢି ଉଠିଲା କେତେ ଗଣସଂଗ୍ରାମ ଏଠି

  ଇଂରାଜୀ ଶାସନ ରହିଲାଣି କଉଠି,

ଚଳିଲା ନାହିଁ ନାଲି ଆଖି ଆଉ ତାଙ୍କର

 ପରାଧୀନ କାହାଣୀ ଏ ଭାରତ ମାତାର।(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational