STORYMIRROR

Niranjan Sahu

Inspirational

4  

Niranjan Sahu

Inspirational

ପର କରିଦେବ ନାହିଁ

ପର କରିଦେବ ନାହିଁ

1 min
48

ଭିକ ମାଗିବିନି ହାତ ପାତିବିନି    

 କାହାରି ଆଗରେ ଯାଇ

କର୍ମ କରୁଥିବି ଖଟି ଖାଉଥିବି

ଯେତେଦିନ ବଞ୍ଚିଥାଇ


ଭିକ ମାଗିବାଟା ହାତ ପାତିବାଟା

କର୍ମକୋଢ଼ିଆଙ୍କ କାମ

କର୍ମକୋଢି ହୋଇ ବଞ୍ଚିବା ଅପେକ୍ଷା

ଡାକି ନେଇଯାଉ ଯମ


ଜନମ ନେଇଛି ଏ ଧରାଧାମରେ

କର୍ମ କରିବାର ପାଇଁ

ଜଗତର ନାଥ ସବୁ ରଖିଛନ୍ତି

କିମ୍ପାଇଁ ଡରିବି ମୁହିଁ


କର୍ମ କରୁଥିବି ଖଟି ଖାଉଥିବି

ମୂଳମନ୍ତ୍ର ମୋର ଏହା

କାହାରି ଆଗରେ ହାତ ପାତିବିନି

ଜଗନ୍ନାଥ ମୋର ସାହା


ଜଗତର ନାଥ ଆହେ ଜଗନ୍ନାଥ

ଅଳି କରୁଅଛି ମୁହିଁ

ମୁଁ ମଲା ବେଳକୁ ସହାୟକ ହେବ

ପର କରିଦେବ ନାହିଁ,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational