ପର କଲମ ମୁଁ କହୁଛି
ପର କଲମ ମୁଁ କହୁଛି
ଉପର ଭାଇ ମୁଁ ଝର କଲମର ଭୁଲିଗଲ କି ମୋ ରାଜୁତି
ନ ପିଇ ନାଲିଆ, ନେଳିଆ କାଳିରେ ବୁଡ଼ ମାରୁଥିଲି ନିତି I
ଦୁଆତଟା ଥିଲା ମୋର ସହଚର କାଗଜ ଉପରେ ଲେଖି
କଥା ଉପକଥା ଦେଉଥିଲି ଭେଟି ଯାହା ତୁମ ମନଲାଖି I
ଆଜି ହୋଇଗଲି ସାତପର କିଆଁ? ସତେକି ଦେଲ ପାଶୋରି
କଲମରେ ନିବ୍ ଲାଗିବା ଆଗରୁ ତା ' ଜାଗା ଥିଲି ଆବୋରି I
