STORYMIRROR

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ପୋଥି ପୁରାଣ

ପୋଥି ପୁରାଣ

1 min
204


ଦେବ ଭୂମି ପୁଣ୍ୟ ଭୂମି

    ଏହି ମୋ ଭାରତ ବର୍ଷ

ଯୁଗେ ଯୁଗେ ଗୌରବ ଗାଥା

   ମୁଖେ ବର୍ଣ୍ଣିଛି ଏଇ ଦେଶ l

ଏ ପୁଣ୍ୟ ବକ୍ଷରେ ଜନ୍ମ

   ନେଇଛନ୍ତି କୃଷ୍ଣ,ରାମ ପରମପୁରୁଷ 

ପାପୀଙ୍କୁ ଵିଧ୍ଵଂସି ସନ୍ଥଜନ ସେବି

    କରିଛନ୍ତି ଧରା କୁ ଉସ୍ୱାସ l

ରାମାୟଣ ଭାଗବତ ସେ ମହାଗ୍ରନ୍ଥ

    ବହିଛିନ୍ତ ସେହି ମହାନ ଚରିତ

କୋଟି ପ୍ରାଣେ ଅମୃତ ଭାବନା

    ଭରି ପ୍ରାଣୀମନେ ବିଭୁ ପ୍ରେମତ l

କୃଷ୍ଣ ମୁଖ ଝରାସେ ଅମୃତ

    ନାମଟି ତାହାରି ଭଗବତ ଗୀତା

ଜୀବନର ଗୁଢ ରହସ୍ୟ ବର୍ଣ୍ଣିତ

    ଜୀବ ପରମାର୍ଥର ଅମର ଗାଥା l

ଜଞ୍ଜାଳ ଜାଲରୁ ନେଇଣ ବୀରତି

   ନିତ୍ୟ ଅଧ୍ୟୟନ ହୁଅ ରତ

ପୋଥି ପୁରାଣ ଆମ ସ୍ୱାଭିମାନ

  ରଖିବା ତାରି ସଦା ମହତ l

   


Rate this content
Log in

Similar oriya poem from Inspirational