ପୋଷଣ
ପୋଷଣ
ଭାତ ରୁଟି ଆଳୁ ବିଟ ଗାଜର ।
ପାଟିକୁ ମିଠା ଅଟେ ଶ୍ଵେତସାର ॥
ବାଦାମ ନଡ଼ିଆ ଚରବି ବଟର ।
ତେଲ ଜାତୀୟ ସବୁ ସ୍ନେହସାର ॥
ମାଛ ମାଂସ ଅଣ୍ଡା ଗ୍ରୀନ ମଟର ।
ଡାଲିରେ ଅଛି ପ୍ରଚୁର ପୁଷ୍ଟିସାର ॥
ତରକାରୀ ପାଇଁ ଲୁଣ ଦରକାର ।
ସଜନା ଶାଗରୁ ମିଳେ ଧାତୁସାର ॥
ସବୁଜ ପରିବା ଫଳ ଦିଶେ ସୁନ୍ଦର ।
ଜୀବସାର ରହିଛି ଏଥି ଭରପୁର ॥
ଶ୍ଵେତସାର ସାଥି ଅଟେ ଦୁର୍ବଳର ।
ଖାଦ୍ୟ ହଜମ ପାଇଁ ଜଳ ଦରକାର ॥
ଦିହକୁ ଚିକଣ ରଖେ ସ୍ନହସାର ।
ଅସ୍ଥିକୁ ଟାଣ କରେ ଧାତୁ ସାର ॥
ନିରୋଗ ରଖେ ଜୀବସାର ।
ହୃଷ୍ଟପୃଷ୍ଟ କରାଏ ପୁଷ୍ଟିସାର ॥
ସମସ୍ତ ଶକ୍ତିର ଅଧିକାରୀ କ୍ଷୀର ।
ସୁସ୍ଥତା ପାଇଁ ସୁଷମ ଖାଦ୍ୟ ଦରକାର ॥
