Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Fantasy Others

3  

Biswanath Nayak

Fantasy Others

ପୋଷାଶୁଆ

ପୋଷାଶୁଆ

1 min
449



ମୁଁ ଗୋଟିଏ ପୋଷାଶୁଆ,

ଇଚ୍ଛା ନଥିଲେ ବି ମୋର

ବୋଲେ ରାମନାମ । 

ସମସ୍ତେ ବୋଲନ୍ତି ଯେଣୁ

ମୋତେ ତେଣୁ ବୋଲିବାକୁ ହେବ,

ନ ବୋଲିଲେ

ମୁଁ କୁଆଡେ ସଂଘଛଡା ହେବି,

ଲଣ୍ଡା ହୋଇ ପୁରୀ ଯିବି,

ଗୋବର ପାଣି ପିଇବି । 

ପହଁରିବା ସତେ ଭାରି କଷ୍ଟ

ସୁଅର ଏ ବିପରୀତ ଦିଗେ!

ତେବେ କଣ ସେଥିପାଇଁ

ପହଁରାଳି ଡରିଯିବ?

ସୁଅ ବିପରୀତ ଦିଗେ

ନ ପହଁରେ ଯେବେ

ତାହେଲେ ସେ କିବା ପହଁରାଳି?

ସ୍ରୋତ ଅନୁକୂଳ ଦିଗେ

ଭାସିବାରେ କିବା ବାହାଦୂରି?

ପହଁରିବାର 'ନିଜତ୍ବ' ଭାସିବାରେ କାହିଁ?

ମଲାଲୋକ ଭାସିଯାଏ

କାଠଗଡ ଭଳି

ଚୁପ୍ ଚାପ ଗୋଡଯାକି

ସୁଅକଥା ମାନି । 

ସମସ୍ତେ କହିଲେ ବୋଲି

ମୁଁ କଣ ଶବଟିଏ ହେବି?

ମୁଁ କଣ ଜୟଧ୍ଵନି ଦେବି?

ସ୍ରୋତ ଅନୁକୂଳ ଦିଗେ

ଭାସିଯିବି କାଠଗଡ ହୋଇ?

ସାଜିବି ପଛେ ନାସ୍ତିକ

ପିଇବି ଗୋବରପାଣି

ତଥାପି ମୁଁ ବଞ୍ଚିଥାଇ ମରିପାରିବିନି,

ପହଁରିବି ଗୋଡହାତ ବାଡେଇଣ

ସୁଅର ଏ ବିପରୀତ ଦିଗେ । 

ଅନୁଭବ କରିବି ମୁଁ

ଗୋବରପାଣିର ସ୍ଵାଦ,

ନାସ୍ତିକ ହେବାର ଏକ ନୂଆ ଅନୁଭୂତି । 



Rate this content
Log in

Similar oriya poem from Fantasy