STORYMIRROR

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ପୋଷାକ ଖୋଲି ଦିଅ

ପୋଷାକ ଖୋଲି ଦିଅ

1 min
206


ଜାତି ଜାତି ଜାତି ଧର୍ମ ଧର୍ମ ଧର୍ମ

ବର୍ଣ୍ଣ ବର୍ଣ୍ଣ ଆଉ ବର୍ଣ୍ଣ ।

ସର୍ବ ମନେ ଆଜି କାହିଁ ଅଛି ଜାଗି

ନ୍ୟୁନ ଚିନ୍ତା ହୋଇ ପୂର୍ଣ୍ଣ ।।

ହିନ୍ଦୁ ଭାବେ କିଏ ନିଜକୁ ଗରବେ

ଭାବେ କେ ମୁସଲମାନ ।

ବେକରେ ଯୀଶୁଙ୍କୁ ପକେଇ କେ କହେ

ଯେ ଖ୍ରୀଷ୍ଟିଆନ୍ ମହାନ ।।

ଧୋତି ଖଣ୍ଡେ ପିନ୍ଧି ଚିତା ଟିକେ ମାରି

ଆମେ କହୁ ଅଛୁ ହିନ୍ଦୁ ।

ମଥାରେ ଟପିଟେ ମୁହେଁ ଦାଢ଼ି ରଖି

କହୁ ମୁସଲିମ ବନ୍ଧୁ ।।

ପୋଷାକଟି ଖୋଲି ଦେଖ ସର୍ବେ ବୁଲି

କୁଆଡେ ଯାଇଛି ଧର୍ମ ।

ସର୍ବେ ସମ ଚର୍ମ ରକ୍ତ ମାଂସ ହାଡ଼

ବୁଝ ମାନବିକ ମର୍ମ ।।

      


Rate this content
Log in

Similar oriya poem from Inspirational