STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ପୋରୁହାଁ ଅଷ୍ଟମୀ

ପୋରୁହାଁ ଅଷ୍ଟମୀ

1 min
325

ହଳଦୀ ପତର ଯେଉଟ ପତର

    ଓଉ ପତର ମହକ

କଦଳୀ ପତର ଏଣ୍ଡୁରି ପିଠା ଲୋ

  ଭଣଜା ର ଭାରି ସଉକ।୧।

ଅଷ୍ଟମୀ କୁଣିଆ ବେଭାର ସଜେଇ

   ମାଇଁ ବାନ୍ଧିଲେ ଗଣ୍ଠିଲି

ନଡ଼ିଆ ଚାଉଳ ବିରି ତାଳଗୁଡ

  ଯତନେ ସାଇତି ରଖିଲି।୨।

ଭଉଣୀ ଘରକୁ ଭାଇର ଆଦର

   ଯିବା ପାଇଁ ମନ ବିକଳ

ବରଷକେ ରଜ ସାବିତ୍ରୀ ପରବ

   ଅଷ୍ଟମୀ ପୋରୁହାଁ ସଅଳ।୩।

କେବେ ମାମୁଁଘର ଭଣଜା ଆସିଲେ

   ଖୁସି ଭରେ ମାମୁଁଘରେ

ସରୁଚକୁଳି କି ଏଣ୍ଡୁରି ଗଇଁଠା

  ଖୋଇଥାନ୍ତି ଶରଧାରେ।୪।

ପୋରୁହାଁ ଅଷ୍ଟମୀ ସହଜେ ପର୍ବ ଟି

     ଭଣଜା ବିଶିକେଶନ

ମାମୁଁ ମାଇଁ ଙ୍କର ଅମୂଲ୍ୟ ନିଧି ଯେ

    ହିନ୍ଦୁ ଶାସ୍ତ୍ର ନୀତି ଜାଣ।୫।

ଶ୍ରୀକ୍ଷେତ୍ର ଧାମରେ ବସିଛି କାଳିଆ

     ଭାର ଆସେ ମାଧବ ରୁ

ନିଆଳି ନିକଟ ପନିମାଳ ଘାଟ

  ପୋରୁହାଁ ହେବେ ଶ୍ରୀଦାରୁ।୬।

ସଂସ୍କୃତି ଆମର ସଂସ୍କାର ଆମର

      ରହିଅଛି ଶାସ୍ତ୍ର ଜ୍ଞାନ

ବିଶ୍ୱ ଦରବାରେ ସୁଖ୍ୟାତି ବାଢିବ

   ସତ୍ୟ ଧର୍ମ ସନାତନ।୭।

ଏଣ୍ଡୁରି ମହକ ଏରୁଣ୍ଡି ଭିତରେ

   ଅଷ୍ଟମୀ ବେଭାର ଦେଖି

ଘରଟି ସୁନ୍ଦର ପ୍ରୀତି ଉପହାରେ

   ସାକ୍ଷୀ ଥିବ ଚକାଆଖି।୮।

ଭାଇ ଭଉଣୀର ସ୍ନେହର ବନ୍ଧନ

   ଗହ୍ମା ପୁନିଅଁ ର ରାଖୀ

ଅଷ୍ଟମୀ ପୋରୁହାଁ ଭଣଜାର ପ୍ରାପ୍ୟ

 ରହିଥାଉ ସଦା ସାକ୍ଷୀ।୯।

ନବ ବସ୍ତ୍ର ପରିଧାନ ନୁହେଁ ବନ୍ଧୁ

     ହୃଦୟ ନବ ଧବଳ

ଅନ୍ତର ନିର୍ମଳ ଭାବନା ଟି ସାର

   ଭରିଦିଅ ଆଦିମୂଳ।୧୦।

ଵିଧି ବିବେଚନା ରହିଥାଉ ହୃଦେ

    ସମ୍ପର୍କ ସୁଦୃଢ ହେଉ

ମାମୁଁ ମାଇଁ ଙ୍କର ନୟନ ପିତୁଳା

  ଭଣଜା ସର୍ବଦା ଥାଉ।୧୧।

ମଗୁଶିର ମାସ ପବିତ୍ର ମାସଟି

   ମାଆ ଲକ୍ଷ୍ମୀ ଙ୍କର ବାସ

ପୋରୁହାଁ ଅଷ୍ଟମୀ ଭଣଜା ମୁଖରେ

  ଭରିଦେଉ ସଦା ହସ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract