STORYMIRROR

Amita Dash

Abstract

3  

Amita Dash

Abstract

ପୋଖରୀ ତୁଠ ପଥର

ପୋଖରୀ ତୁଠ ପଥର

1 min
261


ପୋଖରୀ ତୁଠ ପଥର

ଯେତେ ଘଷିମାଜି ହୋଇ ହଳଦି ମାଖିଲେ

ଭାଇନା ମନ କି ଆଉ ତୋ ପାଖେ ବନ୍ଧା ରହିବ

ମଇଁଷି ପିଠିରେ ବଗ

ମୋ କଥା ମାନି,ନାଲି ନିପିଷ୍ଟିକ୍

ଓଠରେ ମାଖେ ମୋ ନାନୀ

ଭାଇନା ବିଦେଶରୁ ବେଗେ ଆଇବ

କି ବେଳେ ଭାଇନା ଘରୁ ଗୋଡ କାଢିଥିଲା

ସତିଆନାଶିଆ ଭୁଆଁ ଟା ବାଟ ଓଗାଳିଲା

ତତେ ଯାହା ଏତେ କଷଣ ସହିବାର ଥିଲା

ଡାମେରା କାଉ ଚାଳରେ ବସି ରାବେ ରାଉ,ରାଉ

କୋଉ ବଡ଼ କୁଣିଆ ଆଉ ତୋ ଘରେ ଆସିବେ ଠା,ପାଣି ସଜ ହେଉ

ବାଆଁ ଆଖି ଫଡଫଡ ,ଛଅ ମାସ ହେଲା ତୋ ଗେରସ୍ତ ଯାଇଚି

ଚିଠିରେ ଆସିବା ଖବର ଆଜି ଆସି ପହଞ୍ଚିବ

ସଞ୍ଜ ନଇଁଲାଣି,ଚଢ଼େଇ ଗଲେଣି ନୀଡେ

କାହିଁକି ଭାଇନାକୁ ଭାବି ମୁହଁ ଶୁଖେଇଚୁ

ଶୁଭ ସମାଚାର ଆସିବ ଜଲଦି



Rate this content
Log in

Similar oriya poem from Abstract