STORYMIRROR

Sahadev Behera

Abstract

3  

Sahadev Behera

Abstract

ପଞ୍ଚୁକ ବ୍ରତ

ପଞ୍ଚୁକ ବ୍ରତ

1 min
180

କାହିଁକ ପାଳିବି  ପଞ୍ଚୁକ ବ୍ରତ ମୁଁ

    ବୁଝିପାରୁନାହଁ ଜମା 

ତିନିଶ ଷାଠିଏ  ଦିନ ବିତିଗଲା 

    ନ ମିଳିଲା ମୋତେ କ୍ଷମା


ହିଂସା, ଇର୍ଷା ଦ୍ବେଷ  ରାଗ ଅହଙ୍କାର 

    ଥିଲା ମୋର ସହଚର 

ପାଞ୍ଚ ଦିନ ବ୍ରତ ମାନସିକ କଲେ 

     ଏସବୁ ହେବେକି ଦୂର


କୁସଙ୍ଗତେ ସଙ୍ଗ କୂଟ କପଟରେ

    ଯାଇଛି ବିତି ଜୀବନ 

କାମିନୀ କାଞ୍ଚନ  ମୋହେ ଛନ୍ଦି ହୋଇ 

     କରିଛି କୁତ୍ସିତ ମନ


କ୍ରୋଧ ଜର୍ଜରିତ ସଂସାର ସାଗରେ 

    ପାଇନି କେବେ ବି ଶାନ୍ତି 

ସତ ଦୟା କ୍ଷମା  ଭୂଲିଛି ଯେଉଁଠି 

    ଭୋଗିଛି ଦୁଃଖ  ଅଶାନ୍ତି


ପାଞ୍ଚ ମନ ମୋର ପଚିଶି ପ୍ରକୃତି 

    ହେୟ କରି ଗୁରୁ ଜ୍ଞାନ 

ଅଖାଦ୍ୟ ଭକ୍ଷିଛି ଅବାଟେ ଯାଇଛି 

     ଦେଇନି ମୁଠେ ମୁଁ ଦାନ


ଏମିତି ଭାବନା  ଦିଅ ଏ ମାଧବ 

     ବିଶ୍ବାସ ଭରିବ ହୃଦେ 

ଥରେ ତୁମ ନାମ  ତୁଣ୍ଡେ ଉଚ୍ଚାରିଲେ

     ନ ଲାଗୁ କଣ୍ଟକ ପାଦେ


ଗଙ୍ଗା ବୁଡ ଦେଇ  ଆ-କା-ମାଆ-ଭୋଇ

     କଳୁଷ ଦିଅ ମୋ ଧୋଇ

ପଞ୍ଚୁକ ବ୍ରତ ମୁଁ କରିବି ଗୋବିନ୍ଦ 

     ତୁମ ପାଦ ପଦ୍ମ ଧ୍ୟାୟୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract