STORYMIRROR

Kshitish Jena

Abstract Crime Inspirational

4  

Kshitish Jena

Abstract Crime Inspirational

ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ

1 min
376

ଆସୁଛି ଭାଇରେ ପୁଣି ତ୍ରିସ୍ତରୀୟ

ପଞ୍ଚାୟତ ନିର୍ବାଚନ

ଉପଯୁକ୍ତ ପ୍ରାର୍ଥୀ ଅଥବା ପ୍ରାର୍ଥୀନୀ

କରିବା ଆମେ ଚୟନ ।


ଭୋଟ୍ ଦେବା ପରା ପ୍ରତି ନାଗରିକ

ମୌଳିକ ଯେ ଅଧିକାର

ଭୋଟ୍ ଦେବା ଆସି ନିଜ ବାସ ସ୍ଥାନେ

ରହିଲେ ବି ଯେତେ ଦୂର ।


ମନ ଭୁଲାଣିଆ କଥା ମଦ ମାଂସେ

ପ୍ରଲୋଭିତ ହେବା ନାହିଁ

ନୋଟ୍ ନେଇ କାହା ଆଗରେ ନିଜକୁ

କଦାପି ବିକିବା ନାହିଁ ।


କ୍ଷଣିକ ସୁଖରେ ପାଞ୍ଚବର୍ଷ ପରା

ଦୁଃଖରେ ଆମେ ରହିବା

ନୋଟ୍ ନେଇ ଭୋଟ୍ ଦେଇ ଥିବା ହେତୁ

ଭୟରେ ଚୁପ୍ ରହିବା ।


ଖାଇ ବସିଥିଲେ ଲୁଣ ଚିମୁଟାଏ

ମାଗିଲେବି ମିଳେନାହିଁ

ଏବେତ କହନ୍ତି କ'ଣ ଦରକାର

କୁହ ଆଣିଦେବୁ ଭାଇ ।


ବାଟ ପାଖ ଭଙ୍ଗା ଚାଳିଆରେ ଯେଉଁ

ଋଗୁଣ ବୁଢ଼ା ଲୋକକୁ

ନଚାହିଁବା ଲୋକ ଭୋଟ୍ ପାଇଁ ଆଜି

ମୋଡ଼ନ୍ତି ଘଷନ୍ତି ତାଙ୍କୁ।


ଖଣ୍ଡିଏ ଭୋଟ୍ ର ମୂଲ୍ୟ ଯେ କୋଟିଏ

ନକର ଅପାତ୍ରେ ଦାନ

ଯୋଗ୍ୟ ପ୍ରାର୍ଥୀ ବୋଲି ଭାବିବା ଲୋକକୁ

ଭୋଟ୍ ଯେ କର ପ୍ରଦାନ ।


ପରସ୍ପର ମଧ୍ୟେ ହିଂସା ଭାବ ଛାଡ଼ି

ଭଲ ସମ୍ପର୍କ ରଖିବା

ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ 

ଦୁର୍ନୀତି ମୁକ୍ତ କରିବା ।


Rate this content
Log in

Similar oriya poem from Abstract