STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ପଣିକିଆ

ପଣିକିଆ

1 min
300


ଆଠକେ ଆଠ

ଜୀବନର ଏ ଶୈଶବେ 

ଶୁଭାରମ୍ଭ ପାଠ।


ଆଠ ଦୁଇ ଷୋହଳ

ଯୌବନଟା ଶୁଭାରମ୍ଭ 

ତେଣୁ ହୁଏ ଭୋଳ।


ଆଠ ତିନି ଚବିଶ

ବିବାହର ସମୟ ଏ 

ପାକଳ ତା' ନିଶ।


ଆଠ ଚାରି ବତିଶ

ନାରୀ କୋଳେ ରହି ସୁଖେ

ରକ୍ଷା କରେ ବଂଶ।


ଆଠ ପାଞ୍ଚ ଚାଳିଶ

ସୁଖି ପରିବାର ପାଇଁ

କର୍ତ୍ତବ୍ୟରେ ସାଲିସ।


ଆଠ ଛଅ ଅଠଚାଳିଶ

ସଂସାର ପ୍ରତି ମୋହ ଆଉ

ଶ୍ରଦ୍ଧା ସହ ଅଙ୍କୁଶ।


ଆଠ ସାତ ଛପନ

ବାର୍ଦ୍ଧକ୍ଯଟା ଶୁଭାରମ୍ଭ

ପଡି଼ବାରୁ ମଉନ।


ଆଠ ଆଠ ଚଉଷଠି

କର୍ମ ଆଉ ସେବା ବିନା

ନିବୃତ୍ତି ଚାବିକାଠି।


ଆଠ ନଅ ବାସ୍ତରୀ

ଈଶ୍ବରଙ୍କୁ ଆରାଧନା

ଭକ୍ତିରେ ସେ ନୌକରୀ।


ଆଠ ଦଶ ଅଶି

ସଂସାରରୁ ବିଦାୟ ସେ

କାଳ ଦିଏ ଦଂଶୀ।


Rate this content
Log in

Similar oriya poem from Abstract