ପଙ୍ଗପାଳ ଆସୁଛନ୍ତି **********
ପଙ୍ଗପାଳ ଆସୁଛନ୍ତି **********
ପ -ପବନ ବେଗରେ ମାଡି ଆସୁଛନ୍ତି
ଆକ୍ରମଣ କରିବା ପାଇଁ,
ବେଳ ଥାଉ ଥାଉ ସାବଧାନ ହୁଅ
ଯେତେ ଅଛ ମୋ' ଚାଷୀ ଭାଇ l
ପଲ ପଲ ହୋଇ ଖାଇଦେବେ ସବୁ
ଆମର ସବୁଜ ଫସଲ,
ପଙ୍ଗପାଳ ସବୁ ଆସୁଛନ୍ତି ଉଡି
ପରିସ୍ଥିତି କି ଅସମ୍ଭାଳ l
ଙ୍ଗ- ଗଙ୍ଗାର ଉତ୍ପତ୍ତି ଯେପରି ହୋଇଛି
ଏମାନଙ୍କର ଦ. ଆଫ୍ରିକା,
ମରୁଭୂମି ଅଟଇ ଚାରଣ ଭୂମି
ଚଳୁ କରନ୍ତି ଋଷି ପରିକା l
ଗର୍ଜନରେ କେହି ଭୟଭୀତ ନ ହୋଇ
ଥାଳି ଧରି ଦିଅ ଡେଙ୍ଗୁରା,
ବିଶୋଧନକୁ ସବୁ ସିଞ୍ଚନ କରି
ଯୁଦ୍ଧ ପାଇଁ ଦିଅ ଡାକରା l
ପା -ପାକିସ୍ତାନ ପଟୁ ଆକ୍ରମଣ କରି
ଭାରତରେ କଲେ ପ୍ରବେଶ,
ପାଞ୍ଚଟି ରାଜ୍ୟକୁ ଦଖଲ କଲେଣି
ଖାଇ ଶସ୍ୟକୁ କରି ଧ୍ବଂସ l
ପାଟି କରି ରଣ ହୁଙ୍କାର ଦେଲେ ଯେ
ଚାଲି ଯିବେ ଶସ୍ୟ ନ ଖାଇ,
ବାଜା ବଜାଇ ଆମେ ବାଣ ଫୁଟାଇ
ଦେବା ସଭିଏଁ ଘଉଡ଼ାଇ l
ଳ- ଲକ୍ଷ ଲକ୍ଷ ଟଙ୍କାର ଫସଲକୁ ଖାଇ
କରିଦେବେ ସମୂଳେ ନଷ୍ଟ,
ଦୁର୍ଭିକ୍ଷ, ମରୁଡି ଦେଖା ଦେବ ଦେଶେ
ମାଡି ଆସିବ ଯେ ଶଙ୍କଟ l
ଲକ୍ଷ୍ୟ ଆମର ମlରିବା କି ମରିବା
ବୈଦେଶିକ ଶତ୍ରୁ ପୋକକୁ,
ଓଡିଶାବାସୀ ଆମେ ଭାରି ସାହସ
ଦେଖାଇବା କରାମତିକୁ l
