ପନ୍ଦର 'କ ' ପଣକିଆ ଗୀତ
ପନ୍ଦର 'କ ' ପଣକିଆ ଗୀତ
ପନ୍ଦର ଏକେ ପନ୍ଦର
ଆଜି ଅଗଷ୍ଟ ପନ୍ଦର l
ପନ୍ଦର ଦୁଗୁଣେ ତିରଶି
ବରଷାରେ ଥରୁଟିଏ ଆସି l
ପନ୍ଦର ତିରିକି ପଞ୍ଚଚlଳସୀ,
ପାଳୁ ଆମେ ଭାରତ ବlସି l
ପନ୍ଦର ଚଉକୁ ଷାଠିଏ,
ସ୍ଲୋଗାନ ଦେବା ଆସ ସଭିଏଁ l
ପନ୍ଦର ପଞ୍ଚା ପଞ୍ଚସ୍ତରୀ,
ମହାତ୍ମା ଗାନ୍ଧୀଙ୍କୁ ସୁମରି l
ପନ୍ଦର ଷୋକୋ ନବେ,
ତାଙ୍କ ପରି ହୋଇବା ସର୍ବେ l
ପନ୍ଦର ସତା ଶହେ ପାଞ୍ଚ,
ଏଡାଇବା ଆସୁ ଯେତେ ଆଞ୍ଚ l
ପନ୍ଦର ଅଷ୍ଟା ଶହେ କୋଡିଏ,
ବନ୍ଦେ ମାତରଂ କୁହ ସଭିଏଁ l
ପନ୍ଦର ନୂଆଁ ଶହେ ପଞ୍ଚତିରଶି.
ଲଢ଼ିବା ଆସ ମାରି ବିଦେଶୀ l
ପନ୍ଦର ଦଶା ଶହେ ପଚାଶ,
ରଖିବା ଭାରତ ମାତାର ଯଶ l