STORYMIRROR

Kulamani Sarangi

Classics

2  

Kulamani Sarangi

Classics

ପଲ୍ଲୀଗୀତ

ପଲ୍ଲୀଗୀତ

1 min
13.6K


ମାଟିଆ ଚିଲର ଶାଶୁ ମଲା ବୋଲି ହୋଇଲା ସେ ପରଦେଶୀ

ମାଛରଙ୍କା ଶିରୀକ୍ଷେତର ଯାଇଚି କରିବାକୁ ଏକାଦଶୀ।


ଗୁଣ୍ଡୁଚି ମୂଷାକୁ ଖୋଜିଲେ ମିଳୁନି ଗଲାକି ମୁଗ ଉପାଡି?

କୁକୁଡା ଉଡିଲା,ଦନେଇ ବୋଇଲା ଗେଣ୍ଡାଳିଆ ଯାଏ ଉଡି।


ଚମକିପଡି ମୁଁ ଫେରି ଚାହିଁଲି ଲୋ ପେଣ୍ଡେରା ଢଅପ ବୋଲି,

ଅଣ୍ଡିରା ଦିଅର ପାଣ୍ଡେରା ଘରକୁ ଯାଉଥିଲା ତାଟି ଠେଲି।


ଶଙ୍ଖଚିଲ ହେଲା ସାତ ସପନ ଲୋ ଭଦଭଦଳିଆ ନାହିଁ,

ନେଉଳ ନୁଚିଚି ଇଟାଭାଟି ତଳେ,କା ମୁହଁ ଚାହିଁବି ମୁହିଁ?


ପାଟଗାଈ ମାଗେ ଟିଣ ଗୁହାଳ ଲୋ ଋଷିଲା ଘରଚଟିଆ,

ନଡିଆ ଗଛରେ ବାଇଆ ନାଇଁ ଲୋ ସୁଲୁ ସୁଲୁ ବହେ ବାଆ।


କଇଁଚି କାକୁଡି ଲଟାରେ ପାଚୁଚି,ନାହାକା ମାରୁନି ଥଣ୍ଟ,

ବୋହୂ ବୋପାଘର,ଯୋଉ ମିଠାଭାର ! ସାଇବଣ୍ଟାକୁ ନିଅଣ୍ଟ


ସଜ କରାଣ୍ଡି ତ ବାସି ହେଲାଣି ଲୋ ଗରାଖ ଯୁଟିଲେ ନାଇଁ,

ବୋଝ ପରି ହେଲା ନୁଖୁରା ବାଳ ଲୋ ମାଲପା ଟିକିଏ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics