STORYMIRROR

Puspanjali Panda

Abstract

3  

Puspanjali Panda

Abstract

ପଲ୍ଲୀବଧୂ

ପଲ୍ଲୀବଧୂ

1 min
11.4K

ଆଖିରେ ଆଖିଏ ସଂଭ୍ରମ ନେଇ

ମଥାନତ ଚାଲି ଚାଲେ

ଗୁରୁଜନ ଦେଖି ଆଡ଼ ହୋଇଯାଏ

ତା ହସରେ ଦୁନିଆ ଭୁଲେ

ଧୀରକଥା ତାର ମିଠା ଭରପୂର

ଶତ୍ରୁ ହୋଇବ ମିତ

ନୂଆବୋହୁ ହୋଇ କଥାକହୁଥାଏ

ପିକ କି ଗାଉଛି ଗୀତ

ନାଲି ସିନ୍ଦୂର ର ନାଲି ଓଢ଼ଣୀରେ

ଜଣାପଡେ ପଲ୍ଲୀବଧୂ

ନାଲିଆପାଟର ନାଲି ଶଙ୍ଖା ତାର

ରୂପରୁ ଝରେ ତା ମଧୂ

ପାଦ ଅଳତା ର ନାଲି ସରୁଧାର

ତା ପାଦକୁ ମାନୁଥାଏ

ସୁରୁଜ ନ ଉଠୁ ପଲ୍ଲୀବଧୂ ଉଠି

ନଦୀକୁ ଗାଧୋଇଯାଏ

ତୁଳସୀ ମୂଳରେ ଜଳ ଢାଳିକରେ

ସ୍ୱାମୀ ସୁଖ ମାନସିକ

ରୋଷେଇ ଘରର ମାଲିକାଣୀ ସିଏ

ରଖଇ ସଂସାର ଟେକ


Rate this content
Log in

Similar oriya poem from Abstract