Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Romance Action Inspirational

3  

Kabiratna Nutan Kumar Behera

Romance Action Inspirational

ପଲକେ ପଲକେ ତୁମ ରୂପ ଝଲକେ

ପଲକେ ପଲକେ ତୁମ ରୂପ ଝଲକେ

1 min
148



ପଲକେ ପଲକେ ତୁମ ରୂପ ଝଲକେ

ଦେଖେ ତୁମକୁ ସପନେ ଶୋଇ ପଲଙ୍କେ

ଦିବସର ଉଜ୍ଜ୍ଵଳ ସୁନେଲି ଆଲୋକେ 

ସଦ୍ୟ ଫୁଟା ଫୁଲ ପରି ତୁମ ବାସ ମହକେ

ଖେଳିଯାଏ ସବୁ ମୋ ମନର ମୂଲକେ

ପଲକେ ପଲକେ ତୁମ ରୂପ ଝଲକେ

ଦେଖି ଲାଖିଯାଏ ଆଖି ତୁମ ପାଇଁ ଫରକେ 

ତୁମ ସୁନ୍ଦର ରୂପ ଲାବଣ୍ୟ ଆଗେ ଝଟକେ

ପ୍ରାଣେ ପ୍ରାଣ ସଞ୍ଚରି ନାଚେ ନବ ପୁଲକେ

ଦେଖୁଛି ତୁମକୁ ଥରକୁ ଥର ନୟନ ସ୍ଫଟିକେ

ପଲକେ ପଲକେ ତୁମ ରୂପ ଝଲକେ 

ତୁମଠାରେ ଦୃଷ୍ଟି ମୋର ଯାଇ ଅଟକେ

ମନ ଘୁରି ବୁଲେ ତୁମ ଘର ପାଖ ଫାଟକେ

ବିରହ ବେଦନାରେ ଆଖି ଭିଜେ ଲୋତକେ

ନାଁ ତୁମର ଲେଖି ଦେଇଛି ହୃଦୟ ଫଳକେ

ପଲକେ ପଲକେ ତୁମ ରୂପ ଝଲକେ 

ତୁମକୁ ଭଲ ପାଉଥିବି ଏ ଜୀବନ ଯାକେ 

ଦିନ କାଟିବି ତୁମ ସହିତ ପବିତ୍ର ସଂପର୍କେ

ତୁମ ଗୁଣେ ହେବି ଗୁଣୀ ଜୀବନ ସ୍ତବକେ

କାୟା ସାଥେ ଛାୟା ହେବି ତୁମ ସହାୟକେ 

ପଲକେ ପଲକେ ତୁମ ରୂପ ଝଲକେ

ସାଥୀ କରି ଆଣିବି ସିନ୍ଦୁର ଦେଇ ମସ୍ତକେ 

ମୁଁ ସାଇତି ରଖିବି ତୁମକୁ ହୃଦୟ ସିନ୍ଧୁକେ

ପ୍ରେମର ପ୍ରଦୀପ ଜାଳି ଜ୍ଞାନ ବୁଦ୍ଧି ବିବେକେ 

ନିଜକୁ ସମର୍ପି ଦେବି ଜୀବନର ସାର୍ଥକେ

ପଲକେ ପଲକେ ତୁମ ରୂପ ଝଲକେ।

 


Rate this content
Log in

Similar oriya poem from Romance