STORYMIRROR

Pritipriya Mohanty

Inspirational

2  

Pritipriya Mohanty

Inspirational

ପଲିଥିନକୁ ନା

ପଲିଥିନକୁ ନା

1 min
13.4K


ଶୁଣ ଶୁଣ ମୋର ଭାଇ ଭଉଣୀ ଏ

ମନ ଦେଇ ଟିକେ ଶୁଣ,

ପଲିଥିନ ବେଭାର କେତେ ମାରାତ୍ମକ

କହୁଛି ତାର କୁଗୁଣ।


ମାଟିରେ ସହଜେ ମିଶେ ନାହିଁ ସିଏ

ଜଲଦି ହୁଏନି ଲୀନ,

ଦିନ ଦିନ ପୁଣି ମାସ ମାସ କେବେ

ଲାଗିଯାଏ କେତେ ସନ।


ପରିବେଶ ଆମ ହୋଇବ ବିନାଶ

ଏଣେତେଣେ ଫୋପାଡିଲେ,

ଗାଈ ଗୋରୁ ମାନେ ରୋଗରେ ପଡିବେ

ଭକ୍ଷଣ ତାହାକୁ କଲେ।


ଆମ ପରିବେଶ ଆମରି ହାତରେ

ଗଢିବା ସରସ କରି,

ନିଜ ଗୋଡେ ନିଜେ କୁରାଢି ମାରୁଛେ

ବ୍ୟବହାର କରି ଜରି।


କାଗଜ ଠୁଙ୍ଗା ଓ କପଡା ମୁଣିକୁ

ସର୍ବେ ଆପଣାଇ ନେବା,

ଶପଥ କରିଣ "ପଲିଥିନକୁ ନା"

ଆଜିଠୁ ଆସ କହିବା।


ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷୟିତ୍ରୀ

ମୟୂରଝାଲିଆ,ରଣପୁର

ନୟାଗଡ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational