STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ପଲିଥିନ

ପଲିଥିନ

1 min
134


ଦୂଷିତ ପ୍ଲାଷ୍ଟିକ୍ ଆବର୍ଜନା ମୋ ମା

          ସୌଭାଗ୍ୟେ ହେଲି ମୁଁ ଜନ୍ମ

ନାଁ ପଲିଥିନ୍ କାମ ଖିନ୍ ଭିନ୍

           ସାଜି ଥାଇ ଗୁପ୍ତ ଯମ॥

ଗାଁ ଠୁ ସହର ଭାରି ମୋ ଆଦର

         ( ମୁଁ)ଜିନିଷ ବୋହିବା ମନ୍ତ୍ର

ଗାଈ ଛେଳି ମେଣ୍ଢା ମୋତେ ଗିଳିଦେଲେ

           ଜୀବନ ହୁଅଇ ଅନ୍ତ ॥

ଭସ୍ମାସୁର ମୁହିଁ ବର ମାଗିଥିଲି

           ହେବାକୁ ଚିର ଅମର

ବର ମୁଁ ପାଇଲି ଲକ୍ଷେ ବର୍ଷ ଜୀଇଁ

            କରୁଛି ମୁଁ ଛାରଖାର॥

ଆଲୋକ ନିଆଁର ସଙ୍ଗମେ ଜନମେ

 ( co,co2)କାର୍ବନ ମନୋକ୍ସାଇଡ,ଡାଇ ଅକ୍ସାଇଡ୍ ପୁଅ ଝିଅ 

ସେମାନେ ଚିପନ୍ତି ସୁସ୍ଥ ଜୀବ ତଣ୍ଟି

         ଦେଇ ରୋଗ କଷ୍ଟ କୋହ॥

କଠିନ ତରଳ ଜିନିଷ ଛୁଆଁରେ

         ସାଜେ ମୁଁ ପ୍ରେମ ପାଗଳ

ବିଷାକ୍ତ ଗରଳ ମିଶାଇ ମାରେ ମୁଁ

           କରି ଡହଳ ବିକଳ॥

ଅଜ୍ଞାନ ମାନବ ଗଢିଛି ବିଜ୍ଞାନ

      (ମୋ ସାଥେ) କରେ ପରକୀୟା ପ୍ରୀତି

ଆଲିଙ୍ଗନ କରି ପ୍ରତିକ୍ରିୟା ସହେ

         ମରି ଜୀଏଁ ଦିବା ରାତି॥

ଅବଶ୍ୟ ବରଷା ଖରାରୁ ମୁଁ ତାଙ୍କୁ

          ରକ୍ଷା କରି ଖୁସି କରେ

ପରିବେଶଟାକୁ ଅପରିଷ୍କାର କରି

          ଲୁଚି ଛପି ଗୁଳି ମାରେ ॥

ହେ ମାନବ ଜାତି ହୁଅନା ବାଉଳା

         ମୋତେ ଛାଡପତ୍ର ଦିଅ

ଦୁଃଖ ପାଏ ପଛେ(ମୁଁ) ଏ ପ୍ରକୃତି କୋଳେ

          ହସି ହସି ଜୀଇଁଥାଅ ॥

କାଗଜ ଠୁଙ୍ଗା ଓ କପଡା ବ୍ୟାଗ୍ ରେ

           ଜିନିଷ ଭରିକି ନିଅ

ସ୍ୱଚ୍ଛ ଭାରତର ପତାକା ଉଡାଇ

           ଦୀର୍ଘଜୀବୀ ହୋଇ ରୁହ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational