STORYMIRROR

Pranati Panda

Inspirational Others

3  

Pranati Panda

Inspirational Others

ପକ୍ଷୀଟିଏ ମତେ କରିଦିଅ ପ୍ରଭୁ

ପକ୍ଷୀଟିଏ ମତେ କରିଦିଅ ପ୍ରଭୁ

1 min
251


ପକ୍ଷୀଟିଏ ମତେ କରିଦିଅ ପ୍ରଭୁ

              ଡେଣା ଝାଡି ଉଡିଯିବି ,

ଖୋଲିଗଲା ତୁମ ଶ୍ରୀ ମନ୍ଦିର ବାଟ

               ଦର୍ଶନ ପ୍ରଭୁ କରିବି ।


ପକ୍ଷୀଟିଏ ମତେ କରିଦିଅ ପ୍ରଭୁ

               ଶ୍ରୀକ୍ଷେତ୍ର ପୁରୀକୁ ଯିବି ,

ନଥିବ ମୋ' ପାଶେ ମହାମାରୀ ଭୟ

               ମିଛେ ଆତଙ୍କିତ ହେବି।


ପକ୍ଷୀଟିଏ ମତେ କରିଦିଅ ପ୍ରଭୁ

             (ବାଇଶି)ପାହାଚରେ ଗଡ଼ିଯିବି,

ବଡ଼ ଦାଣ୍ଡ ଧୂଳି ମୋ' ଦେହରେ ବୋଳି

                 ନରେନ୍ଦ୍ରେ ସ୍ନାନ କରିବି ।


ପକ୍ଷୀଟିଏ ମତେ  କରିଦିଅ ପ୍ରଭୁ

               ଗୀତ ଗୋବିନ୍ଦ ଶୁଣିବି,

ଚକା ନୟନକୁ ଦରଶନ କରି

                ଭାବ ସାଗରେ ବୁଡ଼ିବି ।


ପକ୍ଷୀଟିଏ ମତେ କରିଦିଅ ପ୍ରଭୁ

                 ଭକ୍ତଙ୍କ ଭିଡ଼ ଦେଖିବି ,

ନୀଳଚକ୍ର ନେତ ଛୁଇଁବା ପାଇଁକି

                  ଉପରକୁ ଉଡ଼ିଯିବି ।


ପକ୍ଷୀଟିଏ ମତେ କରିଦିଅ ପ୍ରଭୁ

               ବେଢ଼ା ଭିତରେ ଉଡ଼ିବି ,

ନୀଳାଚଳ ଧାମ ଶ୍ରୀକ୍ଷେତ୍ରକୁ ଦେଖି

                ଜୀବନ ଧନ୍ୟ ମଣିବି ।


ପକ୍ଷୀଟିଏ ମତେ କରିଦିଅ ପ୍ରଭୁ

                ଅବଢ଼ା ଅନ୍ନ ପାଇବି ,

 କୈବଲ୍ୟ କଣିକା ସାଉଁଟି ଖାଇ ମୁଁ

                ମାୟା ସଂସାରୁ ତରିବି।



         


Rate this content
Log in

Similar oriya poem from Inspirational