ପକ୍ଷୀଟିଏ କାହିଁକି ମୁଁ ହେବି
ପକ୍ଷୀଟିଏ କାହିଁକି ମୁଁ ହେବି
ପକ୍ଷୀଟିଏ କାହିଁକି ମୁଁ ହେବି ?
ମତେ ଆକାଶ ହେବାର ଅଛି।
ବହିଟିଏ କାହିଁକି ମୁଁ ହେବି ?
ମତେ ଜ୍ଞାନ ହେବାର ଅଛି।
ରାସ୍ତାଟିଏ କାହିଁକି ମୁଁ ହେବି ?
ମତେ ଲକ୍ଷ୍ୟ ହେବାର ଅଛି।
ଦୀପଟିଏ କାହିଁକି ମୁଁ ହେବି ?
ମତେ ଆଲୋକ ହେବାର ଅଛି।
ଜଳଧାରା କାହିଁକି ମୁଁ ହେବି ?
ମତେ ସମୁଦ୍ର ହେବାର ଅଛି।
ଗଛଟିଏ କାହିଁକି ମୁଁ ହେବି ?
ମତେ ଜଙ୍ଗଲ ହେବାର ଅଛି।
ପତ୍ରଟିଏ କାହିଁକି ମୁଁ ହେବି ?
ମତେ ପବନ ହେବାର ଅଛି।
ପଥରଟେ କାହିଁକି ମୁଁ ହେବି ?
ମତେ ପର୍ବତ ହେବାର ଅଛି।
ସ୍ବପ୍ନଟିଏ କାହିଁକି ମୁଁ ହେବି ?
ମତେ ସତ ହେବାର ଅଛି।
କାହାପରି କାହିଁକି ମୁଁ ହେବି ?
ମତେ ମୁଁ ହେବାର ଅଛି ।।
