Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ପକ୍ଷୀଶରାହତ ପକ୍ଷୀଟିର ବିକଳ ଚିତ

ପକ୍ଷୀଶରାହତ ପକ୍ଷୀଟିର ବିକଳ ଚିତ

1 min
154


ଶରାହତ ପକ୍ଷୀଟିର ବିକଳ ଚିତ୍କାର

କରୋନା ଠୁଁ ବଳି ଭୟଙ୍କର

ସେ ମର୍ମଭେଦୀ କାରୁଣ୍ୟ ଭିତରେ

ପକ୍ଷୀର ମୃତ୍ୟୁ ଚେତନା ଜୀବନ୍ତ ହେବା ବେଳରେ

ଅଦୃଶ୍ୟ କାଳିରେ ଲିପିବଦ୍ଧ ହୁଏ ଅଜ୍ଞାତବାସର ଇତିହାସ

ଚରିତ୍ର ଗୁଡିକ କ୍ରମାନ୍ଵୟରେ ଆତ୍ମପ୍ରକାଶ କଲାବେଳେ

ପରୀକ୍ଷଣ ଓ ଆତ୍ମନିରୀକ୍ଷଣର କଷଟି ପଥରରେ

ଘସି ହୋଇଯାଏ ମାନବାଦର ଅଭ୍ୟୁଦୟ

ଅପରିପ୍ରେମ୍ୟା ସେ ବିଶ୍ଵବିମୋହିନୀର ଜାଲରେ

ନୀଳତୃଷ୍ଣା ନିବାରାଣାର୍ଥେ ଝାସ ଦିଅନ୍ତି ଯୁବଗୋଷ୍ଠି

ସମାଜରେ ସେକ୍ସ ଏକ ଷ୍ଟାଟସ୍ ସିଂବଲ୍ ହେବାବେଳେ

କିଏ ବା ପଢିବ ନୀତିଶିକ୍ଷାର ଆତ୍ମନେପଦୀ

ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣରେ

ପଥ ହୁଡନ୍ତି ଯୁବପିଢୀ

ଆସ ହେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ

ଗାନ୍ଧୀ-ଗୋପବଂଧୁ-ଗଂଗାଧର

ଦେବ ଦିଗ୍‌ଦର୍ଶନ ଏ ପଥଚ୍ୟୁତ ଉଲ୍‌କା ପିଣ୍ଡକୁ

ଶୀତ, ସମାହିତ ସମାଜ ଗଠନ ହେବ

ସଂପର୍କର ସୁରମ୍ୟ ସୃଜନଶୀଳତାରେ ।


Rate this content
Log in

Similar oriya poem from Classics