STORYMIRROR

Sanjukta Padhi

Fantasy

3  

Sanjukta Padhi

Fantasy

ପଖାଳ

ପଖାଳ

1 min
257

ଉତ୍କଳୀୟ ବିଭବ ପଖାଳ

ମନେ ରହିବ ସଵୁକାଳ

ମାଁ ର ହାତରେ ପଖାଳ

ଭୋକ ଦେଖେଇବ ସଞ୍ଜବେଳେ

ଭାରିଜା ହାତର ପଖାଳ

ପୁଣି ଭୋକହେଵ ରାତି ବେଳ

ଚାଷୀ ମୂଲିଆକୁ ପଖାଳ

ଦେଖାଏ ନୂଆ ସକାଳ

ଅଳସୁଆ ପାଇଁ ପଖାଳ

ଅନ୍ଧାର ଲାଗେ ସକାଳ

ଧନିକ ଲୋକକୁ ପଖାଳ

ଲାଗେ ଦୁର୍ଦ୍ଦଶାର ବେଳ

ମାଁ ଘରେ ଝିଅ ମାନଂକ

ବାସି ତୋରାଣିରେ ମୋହ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ

ଟଙ୍କ ତୋରାଣିରୁ ଟୋପାଏ ପିଅ 

ସାରା ଜଗତ ହୋଇଛି ଵାଇ

ସେଇ ଅମୃତ ନୀରକୁ ପିଇ 

ପାନ କରି ତା ରସ ଅମୃତ

ଭୁଲିଯିବ ସିଏ ଭୋକର ଭୁତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy