Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics

4  

KRUTIBAS NAYAK

Classics

ପଖାଳ

ପଖାଳ

1 min
216



ଆ-ଲୋ ବଉଳ, ଖାଇବା ପଖାଳ ରଖିଛି ଶୁଖୁଆ ଭାଜି,

ଦହି ମିଶେଇଛି ଲଙ୍କା ବି ଦଳିଛି ତୋରମନ ଯିବ ହଜି |

ଆମ୍ବକଷି ଅଦା ଛେଚି ପକେଇଛି ରସୁଣ ରଖିଛି ଦଳି,

ରସାଳ ସଜନା ଛୁଇଁକୁ ଭାଜିଛି ସୋରିଷ ମସଲା ଢାଳି |

ଚଡ଼ଚଡ଼ି କରି ରଖିଛି ତୋ ପାଇଁ ଚୂନାମାଛ ଖୋଜି ଖୋଜି |


ଲେଉଟିଆ ଶାଗ ବଡ଼ିଚୂରା ପୁଣି ନଡ଼ିଆ ଚଟଣି ଅଛି,

ଚୂନାଚୂନା କରି କାଟିଛି କାକୁଡ଼ି ଦହି ଟିକେ ମିଶେଇଛି |

ବାଇଗଣ ପୋଡ଼ା ଭରତା କରିଛି ତୋତେ ବାଢିଦେବି ଆଜି |


ଲଙ୍କା ଲେମ୍ବୁ ଲୁଣ ଚକଟି ରଖିଛି ଖାଇବା ଟାକରା ମାରି,

ଛେଞ୍ଚଡ଼ା କରିଛି ପୋଇ ପତରରେ ମାଛମୁଣ୍ଡ ଗୁଣ୍ଡକରି |

ତୋ ବରକୁ ସାଥେ ଡାକି ଆଣିଥିବୁ ଯଦି ସେ ହୁଅନ୍ତି ରାଜି |


 


Rate this content
Log in

Similar oriya poem from Classics