STORYMIRROR

Lipi Sahoo

Children

3  

Lipi Sahoo

Children

ପଖାଳ ଗାଥା

ପଖାଳ ଗାଥା

1 min
261

ପଖାଳ ସାଙ୍ଗକୁ ଶୁଖୂଆ ପୋଡି

ଅଗଣା ପିଣ୍ଡିରେ ହୋଇଣ ମେଳି

ଆକାଶ ଛାତ ତଳେ ଏକାଠି ବସି

କଅଁଳ ଖରାକୁ କରିଣ ପିଠି

ଥରେ ଖାଇଛି ଯିଏ,ଜାଣିଛି ସେଇ ।।


ରସୁଣ ଛେଚାକୁ ପିଆଜ ଚୁନି

ବଡ଼ିଚୁରା ସହ ଦେଲେ ମିଶାଇ

ଖାଇବାର ମଜା ସେଠି, ଯାଏ ଯମି 

ଲାଗେ ତା'ଆଗେ ସତେକି ଯେମିତି

ଛପନଭୋଗବି ଫିକା ଯିବଟି ପଡି ।।  


 ଅସରନ୍ତି କଥା ଯାଏ ତ ମେଲି

 ସତ ମିଛ କିଛି ବାରି ନୁହଇ

 କଥା ଖିଅ ଯାଏ ପଲ୍ଲୀରୁ ଦିଲ୍ଲୀ 

 ପଖାଳ କଂସାରେ ଭଉଂରୀ ଖେଳଇ

 ଆଈମାର କୁହୂକ କାହାଣୀ ପେଡି ।। 


 ନାହିଁ ଆଉ ସେଇ ନୁଆଳିଆ ଚାଳି

 ଝୋଟି ଦିଆ ଅଗଣା ପିଣ୍ଡି

 ଜେଜେମାର ସରଧାବୋଳା ଗାଳି

 ମିଳେ ସିନା ଆଜି ପଖାଳ ପାଣି

 ହେଲେ ମାଟିର ମହକ ଯାଇଛି ହଜି ।।

 

                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children