STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପଖାଳ ଦିବସ

ପଖାଳ ଦିବସ

1 min
322


ବିଚ୍ଛନ୍ନାଚଳରେ ଆନନ୍ଦିତ ସର୍ବେ

  କୋଡ଼ିଏ ମାର୍ଚ୍ଚଟି ଆଜି,

ପଖାଳ ଦିବସ ଓଡ଼ିଆ ଙ୍କ ପାଇଁ

  ମନ ଉତ୍ସାହିତ ଆଜି।


ନୁହେଁ ଖାଦ୍ୟ ଏହୁ ଓଡ଼ିଆ ଙ୍କ ଗର୍ବ

 ଗୌରବ ଦିବସ ଆଜି,

ଅମୃତ ସମାନ ପଖାଳ ହିଁ ଆମ

  ବୈଭବେ ଦେଉଛି ସାଜି।


ସବୁଜ ପନିପରିବା ସଙ୍ଗେ ପଖାଳ

  ଅତିହ ହିଁ ସ୍ବାଦିଷ୍ଟ ହୁଏ

ଅମୃତ ପରିଟି ପଖାଳ ସ୍ବାଦିଷ୍ଟ

  ମନ ପ୍ରଫୁଲ୍ଲିତ ହୁଏ।


ପଖାଳ ମହତ୍ତ୍ଵ ବୁଝନ୍ତୁ ସମସ୍ତେ

  ଦିବସ ହିଁ ତାର ଯହିଁ,

ରାଷ୍ଟ୍ର ମଧ୍ୟ ବୁଝୁ ପଖଳ ମହତ୍ତ୍ଵ

  ଓଡିଆଙ୍କ ଖାଦ୍ୟ ତହିଁ।


ବିଶ୍ବବ୍ୟାପୀ ହେଉ ପଖାଳ ଦିବସ

  ପଖାଳ ପରା ଅମୃତ,

ସବୁଜ ପରିବା ସଙ୍ଗରେ ଖାଇବା

  ସତେ କି ଏହୁ ଅମୃତ।


ପ୍ରୀୟ ଖାଦ୍ୟ ଏହୁ ଓଡ଼ିଆ ଭାଷୀଙ୍କ

  ପଖାଳ ଦିବସ ଆଜ,

ସମସ୍ତ ଓଡ଼ିଆ ଭାଇ ଭଉଣୀ ଙ୍କୁ

  ଶୁଭକାମନ ଟି ଆଜ।


ଜନେ ଜନେ ଗୁଞ୍ଜୁ ପଖଳ ମହତ୍ତ୍ଵ

  ପ୍ରଚାର ହିଁ ଦରକାର,

ବିଶ୍ବ ମଧ୍ୟ ଜାଣୁ ଖାଦ୍ୟର ବିଷୟେ

  ଗୌରବ ମିଳୁ ଏହାର।


ପଖଳ ଦିବସ ଦିବସ ହିଁ ନୁହେଁ

 ଓଡ଼ିଆ ଗର୍ବ ଦିବସ,

ଏକତ୍ରିତ କରେ ଓଡ଼ିଆ ଜନଙ୍କୁ

 ଅଟେ ହିଁ ଖାଦ୍ୟ ଦିବସ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

 ସମସ୍ତ ଦେଶ ବାସିଙ୍କୁ,

ଅମୃତ ଦିବସ ପଖାଳ ଦିବସେ

  ସମସ୍ତ ବିଶ୍ବ ବାସୀଙ୍କୁ।

   




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract