STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପିତୃ ମାତୃ ଭକ୍ତି

ପିତୃ ମାତୃ ଭକ୍ତି

1 min
306

ପିତାମାତା ମୋର ସ୍ଵର୍ଗଠୁ ବଡ଼ ହେ

ତାଙ୍କ ପରି କେହି ନାହିଁ

ତାଙ୍କରି ସେବାରେ କୋଟୁ ଏ ଜୀବନ 

ଏତିକି ମାଗୁଛି ମୁହିଁ।୧।           

ନିଳାଞ୍ଚଳେ ଥାଇ ସୁଣ ମୋ ମାଗୁଣି

ଶକ୍ତି ଦିଅ ପ୍ରଭୁ ମୋତେ

ମାତାପିତା ପାଇଁ ବିତୁ ଏ ଜୀବନ

ଏତିକି ମାଗୁଣି ତତେ।୨।

ମାତା ପିତା ସେବା ଶ୍ରେଷ୍ଠ ଧର୍ମ ଅଟେ

ପ୍ରଭୁଙ୍କ ବଚନ ଏହା

କର୍ମ ପଥେ ରହି ସୁକର୍ମ କରିବା 

ଶାସ୍ତ୍ରେ ଲିଖିତ ହିଁ ଏହା୩।             

ଜନ୍ମଭୂମି ଆମ ସ୍ଵର୍ଗଠୁ ବଡହେ               

ସନାତନ ଧର୍ମ କହୁଛି

ସନାତନୀ ହୋଇ ସେବା କରୁ ଥିବା 

ଭେଦ ନରଖିବା କିଛି।୪।            

ପିତ୍ରୁ ସେବାରେ ଜୀବନ ସାର୍ଥକ  

ସେବା କରୁଥିବା ଯହିଁ             

କର୍ମୀ ହୋଇ ନିଜେ କର୍ମ କରୁଥିବା

ଦୁଖୀତ ନ ହେବେ ଯହିଁ।୫।             

ସମସ୍ତ ସୁଖଟି ଅଜାଡି ଦେବାଟି  

ନରହୁ ଦୁଖ ତାଙ୍କରି                             

ଯାହାଟି କହିବେ ପୂରଣ କରିବା                    

ନରହୁ ଇଚ୍ଛା ତାଙ୍କରି।୬

ପିତା ମାତା ମୋର ସ୍ଵର୍ଗଠୁ ବଡ଼ ହେ

ତାଙ୍କ ପରି କେହି ନାହିଁ

ତାଙ୍କରି ସେବାରେ କୋଟୁ ଏ ଜୀବନ           

ଏତିକି ମାଗୁଛି ମୁହଁ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract